ବାବ୍ରି ମସ୍‌ଜିଦ୍‌ ପୂର୍ବରୁ ରାମ ମନ୍ଦିର ଥିଲା: ପ୍ରତ୍ନତତ୍ତ୍ୱବିତ୍‌ କେକେ ମହମ୍ମଦ

ନୂଆଦିଲ୍ଲୀ:ଅଯୋଧ୍ୟା ରାମ ଜନ୍ମଭୂମିକୁ ନେଇ ସୁପ୍ରିମ୍‌କୋର୍ଟ ଲଗାତାର ଶୁଣାଣି କରୁଥିବାବେଳେ ଆସନ୍ତା ନଭେମ୍ବର ୧୮ରେ ଏହାର ଚୂଡ଼ାନ୍ତ ରାୟ ଆସିବାର ଅଛି। ତେବେ ଏଭଳି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ୧୯୭୬-୭୭ ମସିହାରେ ଏହି ବିବାଦୀୟ ଜମିର ଖନନ କରାଯିବା ସମୟରେ ସେ ଏଏସ୍‌ଆଆଇ ଟିମ୍‌ର ସଦସ୍ୟ ଥିଲେ। ମୁସଲିମ୍‌ ପକ୍ଷ ସ୍ୱତଃପ୍ରବୃତ୍ତ ଭାବେ ରାମ ମନ୍ଦିର ପାଇଁ ଏହି ଜମି ଦେଇଦେବାକୁ ଉପଦେଶ […]

babri

Subrat Kumar Nayak
  • Published: Tuesday, 01 October 2019
  • , Updated: 01 October 2019, 05:44 PM IST

ନୂଆଦିଲ୍ଲୀ:ଅଯୋଧ୍ୟା ରାମ ଜନ୍ମଭୂମିକୁ ନେଇ ସୁପ୍ରିମ୍‌କୋର୍ଟ ଲଗାତାର ଶୁଣାଣି କରୁଥିବାବେଳେ ଆସନ୍ତା ନଭେମ୍ବର ୧୮ରେ ଏହାର ଚୂଡ଼ାନ୍ତ ରାୟ ଆସିବାର ଅଛି। ତେବେ ଏଭଳି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ୧୯୭୬-୭୭ ମସିହାରେ ଏହି ବିବାଦୀୟ ଜମିର ଖନନ କରାଯିବା ସମୟରେ ସେ ଏଏସ୍‌ଆଆଇ ଟିମ୍‌ର ସଦସ୍ୟ ଥିଲେ। ମୁସଲିମ୍‌ ପକ୍ଷ ସ୍ୱତଃପ୍ରବୃତ୍ତ ଭାବେ ରାମ ମନ୍ଦିର ପାଇଁ ଏହି ଜମି ଦେଇଦେବାକୁ ଉପଦେଶ ଦେଇ ସେ ଏକ ସାକ୍ଷାତକାରରେ କହିଛନ୍ତି, ଏହି ସ୍ଥାନରେ ମସ୍‌ଜିଦ୍‌ ପୂର୍ବରୁ ଏକ ବୃହତ୍‌ ମନ୍ଦିର ଢାଞ୍ଚା ରହିଥିବାର ଯଥେଷ୍ଟ ପ୍ରମାଣ ରହିଛି।

ସୁପ୍ରିମ୍‌କୋର୍ଟରେ ଚାଲୁ ରହିଥିବା ଶୁଣାଣି ବାବଦରେ ସେ କହିଛନ୍ତି, ଏହି ପ୍ରସଙ୍ଗରେ ୩ଟି ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ଗୋଟିଏ ହେଉଛି ପ୍ରତ୍ନତାତ୍ତ୍ୱିକ ପ୍ରମାଣ, ଦ୍ୱିତୀୟରେ ସାହିତ୍ୟିକ ପ୍ରମାଣ ଏବଂ ତୃତୀୟରେ ସାମାଜିକ ସମସ୍ୟା।

ସେ ପ୍ରମାଣ ବାବଦରେ କହିଥିଲେ, “ପ୍ରତ୍ନତତ୍ତ୍ୱ ଦୃଷ୍ଟିରୁ ଦେଖିଲେ କୁହାଯାଇପାରିବ, ବାବ୍ରି ମସ୍‌ଜିଦ୍‌ ତଳେ ମନ୍ଦିରର ଧ୍ୱଂସାବଶେଷ ରହିଛି। ଏକ ବଡ଼ ମନ୍ଦିରର ଢାଞ୍ଚା ରହିଛି। ସେଠାରେ ୨ଥର ଖନନ କରାଯାଇଛି। ପ୍ରଥମେ ୧୯୭୬-୭୭ ମସିହାରେ ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିତ୍‌ ବିବି ଲାଲ୍‌ଙ୍କ ଅଧୀନରେ କରାଯାଇଥିଲା। ସେତେବେଳେ ମୁଁ ଏକ ମାତ୍ର ମୁସଲିମ୍‌ ସଦସ୍ୟ ଥିଲି। ଐତିହାସିକ ସୟିଦ୍‌ ନୁରୁଲ ହାସନ୍‌ ସେତେବେଳେ ଶିକ୍ଷା, ସାମାଜିକ ମଙ୍ଗଳ ଏବଂ ସଂସ୍କୃତି ମନ୍ତ୍ରୀ ଥା’ନ୍ତି।”

ସେ କହିଥିଲେ, ପ୍ରଥମେ ଉପରିଭାଗକୁ ନେଇ ଗବେଷଣା କଲୁ। ପୁଲିସ୍‌ କର୍ଡନ୍‌ରେ ଥିବା ଏହି ସ୍ଥାନକୁ ସାଧାରଣ ଲୋକଙ୍କୁ ଅନୁମତି ନଥିଲା। ଆମେ ଖନନ ଦଳରେ ଥିବା ହେତୁ ଯାଇପାରିଥିଲୁ। ମୁଁ ଯେତେବେଳେ ଭିତରକୁ ଯାଇଥିଲି, ଦେଖିଲି ମସ୍‌ଜିଦ୍‌ର ୧୨ଟି ସ୍ତମ୍ଭ ମନ୍ଦିରର ଧ୍ୱଂସାବଶେଷରୁ ତିଆରି ହେଇଛି।

ସେ ଆହୁରି ମଧ୍ୟ କହିଥିଲେ, ସ୍ତମ୍ଭର ମୂଳରେ ରହିଥିବା ‘ପୂର୍ଣ୍ଣ କଳସ’ ହିନ୍ଦୁ ଧର୍ମରେ ସମୃଦ୍ଧିର ପ୍ରତୀକ ଭାବେ ମନାଯାଏ। ଏହା ଅଷ୍ଟ ମଙ୍ଗଳ ଚିହ୍ନରୁ ଗୋଟିଏ। କୁତବ୍‌ ମିନାରର ନିର୍ମାଣ ମଧ୍ୟ ୨୭ଟି ମନ୍ଦିରର ଅଂଶବିଶେଷରୁ ନିର୍ମିତ ହୋଇଥିବା ଜଣେ ଐତିହାସିକ ହାସନ୍‌ ନିଜାମୀ ତାଙ୍କ ବହି ତାଜ୍‌-ଉଲ୍‌-ମସିର୍‌ ଲେଖିଥିବା ସେ କହିଛନ୍ତି।

ସେ କହିଛନ୍ତି, ବିବି ଲାଲ୍‌ ମସ୍‌ଜିଦ୍‌ର ପଶ୍ଚିମ ପଟ ଖୋଳାଇବାରୁ ବିଭିନ୍ନ ଟେରାକୋଟା କୀର୍ତ୍ତି ମିଳିଥିଲା। ମଣିଷ ଏବଂ ପଶୁ ଆଦିଙ୍କ ପ୍ରତୀକ ମସ୍‌ଜିଦ୍‌ରେ ସ୍ଥାନ ପାଇବା ‘ହାରାମ୍‌’ ବା ନିଷିଦ୍ଧ ହୋଇଥିବାରୁ ଏଠାରେ ମନ୍ଦିର ଥିବା ସ୍ପଷ୍ଟ। ତେବେ କିଛି ବାମପନ୍ଥୀ ଐତିହାସିକ ଯଥା ରୋମିଲା ଥାପ୍ପର, ଡିଏନ୍‌ ଝା ଏବଂ ଆରଏସ୍‌ ଶର୍ମା ୧୯୯୦ ବେଳକୁ ଗଣମାଧ୍ୟମରେ ଦାବି କରିବାକୁ ଆରମ୍ଭ କରିଥିଲେ ସେଠାରେ ମନ୍ଦିର ନଥିଲା। ସେମାନେ ଦାବି କରିବା ଆରମ୍ଭ କରିଥିଲେ ରିପୋର୍ଟରେ ମନ୍ଦିରର ଧ୍ୱଂସାବଶେଷ ବବବଦରେ ଜମାରୁ ଉଲ୍ଲେଖ ନଥିଲା।

କେକେ ମହମ୍ମଦ ଏହାପରେ ଗଣମାଧ୍ୟମକୁ ବିବୃତ୍ତି ଦେବ ସହ ଦାବି କରିଥିଲେ, ମୁସଲିମ୍‌ଙ୍କ ପାଇଁ ମକ୍କା ମଦିନା ଯେମିତି ଏହି ସ୍ଥାନ ହିନ୍ଦୁମାନଙ୍କ ପାଇଁ ସେମିତି ଗୁରୁତ୍ୱପୂର୍ଣ୍ଣ। ଏହାପରେ ମସ୍‌ଜିଦ୍‌ ଢାଞ୍ଚା ଭାଙ୍ଗିବା ସହ ବହୁ ଅଂଶ ଏହା ତଳେ ରହିଯାଇଥିଲା। ସେ ଏହି ସାକ୍ଷାତକାରରେ ଆହୁରି ମଧ୍ୟ ୨୬୩ ଖଣ୍ଡ ଟେରାକୋଟା ମୂର୍ତ୍ତ ମିଳିବା କଥା କହିଥିଲେ। ସେ ପ୍ରଶ୍ନ କରିଛନ୍ତି ଯଦି ପ୍ରଥମେ ଏହା ମସ୍‌ଜିଦ୍‌ ଥିଲା ଏହି ଟେରାକୋଟା ମୂର୍ତ୍ତି କେଉଁଆଡ଼ୁ ଆସିଲା।

Related story