ବଲିଉଡ ଅଭିନେତ୍ରୀଙ୍କ ସହ ରାମଦେବଙ୍କ ଫଟୋ: ଚରିତ୍ରକୁ ନେଉ ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ: ରାମ ରହିମ୍‌ ଗିରଫ ହୋଇ ଏବେ ଜେଲ୍‌ରେ। ଗିରଫଦାରୀ ପରେ ତାଙ୍କ ଧରମ ଝିଅ ହନୀପ୍ରିତଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ବାବା ରାମଦେବଙ୍କୁ ନେଇ ବହୁତ କିଛି ପୋଷ୍ଟ ହେଉଛି। ଏପରିକି ରାମ ରହିମଙ୍କ ପରେ ଏବେ ରାମଦେବଙ୍କ ପାଳି ବୋଲି କହି ଲୋକେ ବିଭିନ୍ନ ଫଟୋ ପୋଷ୍ଟ କରୁଛନ୍ତି। ନିକଟରେ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହ ରାମଦେବଙ୍କ ଫଟୋ ବହୁତ ଚର୍ଚ୍ଚାରେ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 10:40 AM IST

ନୂଆଦିଲ୍ଲୀ: ରାମ ରହିମ୍‌ ଗିରଫ ହୋଇ ଏବେ ଜେଲ୍‌ରେ। ଗିରଫଦାରୀ ପରେ ତାଙ୍କ ଧରମ ଝିଅ ହନୀପ୍ରିତଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ବାବା ରାମଦେବଙ୍କୁ ନେଇ ବହୁତ କିଛି ପୋଷ୍ଟ ହେଉଛି। ଏପରିକି ରାମ ରହିମଙ୍କ ପରେ ଏବେ ରାମଦେବଙ୍କ ପାଳି ବୋଲି କହି ଲୋକେ ବିଭିନ୍ନ ଫଟୋ ପୋଷ୍ଟ କରୁଛନ୍ତି।

ନିକଟରେ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହ ରାମଦେବଙ୍କ ଫଟୋ ବହୁତ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଲୋକେ ବହୁତ କିଛି କହୁଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ, ନିଜେ ରାମଦେବ ମିଡିଆ ଆଗକୁ ଆସି ଏନେଇ ସଫେଇ ଦେଇଛନ୍ତି।

ସୂଚନାଯୋଗ୍ୟ, ରାମଦେବଙ୍କ ପାଖକୁ ପ୍ରତିଦିନ ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗ ଶିଖିବାକୁ ଆସିଥାନ୍ତି। କିଛିଦିନ ପୂର୍ବେ ଜଣେ ଅଭିନେତ୍ରୀ ରାମଦେବଙ୍କ ପାଖକୁ ଆସି ଯୋଗର କିଛି ଟିପ୍ସ ଶିଖିଥିଲେ ଓ ତାଙ୍କ ସହ ଫଟୋ ଉଠାଉ ଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ ଏଣୁତେଣୁ ଲେଖାଯାଇ ପୋଷ୍ଟ କରାଯାଉଛି।

ଏପରି ଅପପ୍ରଚାରକୁ ନେଇ ଆଗକୁ ଆସିଛନ୍ତି ରାକ୍ଷୀ ସାୱନ୍ତ। ସେ କହିଛନ୍ତି, କିଛି ଲୋକ ଫଟୋ ଏଡିଟ୍‌ କରି ଏଣୁତେଣୁ ପୋଷ୍ଟ କରି ଭଲ ଲୋକଙ୍କୁ ବଦନାମ କରୁଛନ୍ତି। ରାମଦେବ ଜଣେ ପ୍ରକୃତ ଦେଶଭକ୍ତ, ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାବାଇ ଲଜ୍ୟାଜନକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos