ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ଆଜି ମୁମ୍ବାଇ ସଡ଼କରେ ଛୋଟ ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଡବିଂ ଷ୍ଟୁଡିୟରୁ ନିଜ ଘରକୁ ଗାଡ଼ିରେ ଫେରୁଥିବା ବେଳେ ଗୋଟିଏ ବାଇକ୍ ତାଙ୍କ କାର୍କୁ ଧକ୍କା ଦେଇଥିଲା। ଏହି କାରଣରୁ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଥିଲା।
View this post on Instagram
Chota sa accident and all's well 🙏 #ranveersingh in Mumbai today #Thursday #manavmanglani
ଏହାପରେ ରଣବୀର ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣାରେ କ’ଣ କ୍ଷୟକ୍ଷତି ହୋଇଛି, ତା’ର ଯାଞ୍ଚ କରିଥିଲେ। ସୌଭାଗ୍ୟବଶତଃ ଏହା ଏକ ଛୋଟ ଧରରଣ ଦୁର୍ଘଟଣା ଓ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ରଣବୀର ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣାର ଯାଞ୍ଚ କରିବା ବେଳର ଭିଡିଓ ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି।