ଉନ୍ନାଓ ଦୁଷ୍କର୍ମ ମାମଲା ଅଭିଯୁକ୍ତ ବିଧାୟକ କୁଲଦୀପଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେନ୍ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ ହୋଇଛି। ତାଙ୍କ ପାଖରେ ଏକ ବନ୍ଧୁକ, ରାଇଫଲ ଏବଂ ରିଭଲଭର ରଖିବା ପାଇଁ ତିନୋଟି ପୃଥକ ପୃଥକ ଲାଇସେନ୍ସ ଥିଲା। ଜିଲ୍ଲା ପ୍ରଶାସନ ଏ ସମସ୍ତ ଲାଇସେନ୍ସ ରଦ୍ଦ କରିଛି। ଗତବର୍ଷ ବିଧାୟକ ସେନ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ସେ ଗିରଫ ହୋଇଥିଲେ। ଏବେ ଏହି ଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରୁଛି। […]
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେନ୍ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ ହୋଇଛି। ତାଙ୍କ ପାଖରେ ଏକ ବନ୍ଧୁକ, ରାଇଫଲ ଏବଂ ରିଭଲଭର ରଖିବା ପାଇଁ ତିନୋଟି ପୃଥକ ପୃଥକ ଲାଇସେନ୍ସ ଥିଲା। ଜିଲ୍ଲା ପ୍ରଶାସନ ଏ ସମସ୍ତ ଲାଇସେନ୍ସ ରଦ୍ଦ କରିଛି।
ଗତବର୍ଷ ବିଧାୟକ ସେନ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ସେ ଗିରଫ ହୋଇଥିଲେ। ଏବେ ଏହି ଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରୁଛି।
ନିକଟରେ ପୀଡ଼ିତା ରାଏବରେଲୀରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ କାରରେ ଯାଉଥିବା ବେଳେ ଟ୍ରକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ମାଉସୀ ଏବଂ ଖୁଡ଼ୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଓକିଲ ଏବଂ ସେ ନିଜେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।
ଏହି ଟ୍ରକ ଦୁର୍ଘଟଣା ପଛରେ ଜେଲରେ ଥିବା ବିଧାୟକ ସେନ୍ଗାରଙ୍କର ଭୂମିକା ରହିଛି ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ଏମିତିକି ବିଧାୟକଙ୍କ ସମର୍ଥକ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଥିଲେ। ଏହାପରେ ସେ ବିଧାୟକଙ୍କ ପାଖରେ ଥିବା ବନ୍ଧୁକ ଲାଇସେନ୍ସକୁ ବାତିଲ୍ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆବେଦନ କରିଥିଲେ।