ଦ୍ୱିତୀୟ ଶ୍ରେଣୀ ଛାତ୍ରୀକୁ ଟେବୁଲରେ ବାନ୍ଧି ସୁଇପରଙ୍କ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ରାଜସ୍ଥାନର ବାରମେରରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀକୁ ଟେବୁଲରେ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ।  ଛାତ୍ରୀ ଜଣକୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥବା ଡାକ୍ତର ଜାଣି ପାରିଥିଲେ। ଏହାପରେ ସେ ପୋଲିସକୁ ଖବର ଦେବାରୁ ଘଟଣା ସାମ୍ନାକୁ ଆସିଥିଲା  ପୀଡିତା ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।  ତାଙ୍କ ସ୍ୱାସ୍ତବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।  ଛାତ୍ରୀଙ୍କ  ଅଭିଯୋଗ ଅନୁସାରେ ତାଙ୍କ ସ୍କୁଲ ପାଖ ଏକ ପରିତ୍ୟକ୍ତ ପାଇଖାନରେ ପଡିଥିବା ଟେବୁଲରେ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 08:38 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନର ବାରମେରରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀକୁ ଟେବୁଲରେ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ।  ଛାତ୍ରୀ ଜଣକୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥବା ଡାକ୍ତର ଜାଣି ପାରିଥିଲେ। ଏହାପରେ ସେ ପୋଲିସକୁ ଖବର ଦେବାରୁ ଘଟଣା ସାମ୍ନାକୁ ଆସିଥିଲା  ପୀଡିତା ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।  ତାଙ୍କ ସ୍ୱାସ୍ତବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।  ଛାତ୍ରୀଙ୍କ  ଅଭିଯୋଗ ଅନୁସାରେ ତାଙ୍କ ସ୍କୁଲ ପାଖ ଏକ ପରିତ୍ୟକ୍ତ ପାଇଖାନରେ ପଡିଥିବା ଟେବୁଲରେ ବାନ୍ଧି ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ସ୍କୁଲର ସୁଇପରମାନଙ୍କ ଦ୍ୱାରା ଏଭଳି ଜଘନ୍ୟକାଣ୍ଡ କରିଥିବା ଜଣାପଡ଼ିଛି।  ଏନେଇ ବାରମେର ଥାନାରେ ମାମଲା ରୁଜୁ ହୋଇଛି ।  ଜିଲ୍ଲାପାଳ ଏବଂ ଏସପି ପୀଡିତାଙ୍କୁ ଭେଟିଥିବା ବେଳେ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos