ପୁଲିସ ଆଗରେ ନିଜ ଦେହରେ ନିଆଁ ଲଗାଇଦେଲେ ପୀଡ଼ିତା

ଉନ୍ନାଓ: ପୁଣି ଥରେ ଉତ୍ତର ପ୍ରଦେଶ ଉନ୍ନାଓରେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଆଜି ଏସପି ଅଫିସଙ୍କ ସାମ୍ନାରେ ଦୁଷ୍କର୍ମର ଶୀକାର ପୀଡ଼ିତା ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଏହି ପୀଡ଼ିତାଙ୍କ ଘର ଉନ୍ନାଓ ଜିଲ୍ଲାର ହସନଗଞ୍ଜ ବୋଲି ଜଣାପଡ଼ିଛି। ପୁଲିସ ନିଆଁ ଲିଭାଇ ସ୍ଥାନୀୟ ହସ୍ପିଟାଲରେ ପୀଡ଼ିତାଙ୍କୁ ଭର୍ତ୍ତି କରାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଉନ୍ନାଓର […]

UNNAO RAPE (2)

Subhransu Sekhar
  • Published: Monday, 16 December 2019
  • , Updated: 16 December 2019, 03:38 PM IST

ଉନ୍ନାଓ: ପୁଣି ଥରେ ଉତ୍ତର ପ୍ରଦେଶ ଉନ୍ନାଓରେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଆଜି ଏସପି ଅଫିସଙ୍କ ସାମ୍ନାରେ ଦୁଷ୍କର୍ମର ଶୀକାର ପୀଡ଼ିତା ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଏହି ପୀଡ଼ିତାଙ୍କ ଘର ଉନ୍ନାଓ ଜିଲ୍ଲାର ହସନଗଞ୍ଜ ବୋଲି ଜଣାପଡ଼ିଛି। ପୁଲିସ ନିଆଁ ଲିଭାଇ ସ୍ଥାନୀୟ ହସ୍ପିଟାଲରେ ପୀଡ଼ିତାଙ୍କୁ ଭର୍ତ୍ତି କରାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଉନ୍ନାଓର ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅଭିଯୁକ୍ତ ଓ ତାର ସାଙ୍ଗମାନେ ମିଶି ପୋଡ଼ି ଦେଇଥିଲେ। ଏହାପରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା। ଏବେ ଏହି ମାମଲାରେ ଏସଆଇଟି ତଦନ୍ତ ଚାଲିଛି। ଏହି ମାମଲାରେ ଗିରଫ ହୋଇଥିବା ମୋଟ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ ହେବ ବୋଲି ଜଣାପଡ଼ିଛି।

ସେହିପରି ଏହା ପୂର୍ବରୁ ବିଜେପିରୁ ନିଲମ୍ୱିତ ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନଗେର ଜଣେ ଯୁବତୀଙ୍କୁ ଦୁଷର୍କ କରିଥିବା ଅଭିଯୋଗ ହୋଇଛି। ଏବେ ବିଧାୟକ ସେନଗେର ତିହାର ଜେଲରେ ଅଛନ୍ତି। ଦିଲ୍ଲୀ କୋର୍ଟରେ ମାମଲା ଚାଲିଛି।

Related story