ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ 'ବ୍ଲାକ୍ ମନି ବିଲ୍'

ନୂଆଦିଲ୍ଲୀ:ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହେଲା ବ୍ଲାକ୍ ମନି ବିଲ୍। ଏବେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ଯିବ। ବିଲର ବ୍ୟବସ୍ଥା ଅନୁସାରେ ବିଦେଶରେ କଳାଧନ ଗଚ୍ଛିତ ରଖିଥିଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ୩୦୦ ପ୍ରତିଶତ ଟାକ୍ସ ଦେବାକୁ ପଡ଼ିବ। ବିଦେଶରେ ଥିବା ସଂପତ୍ତିର ରିଟର୍ଣ୍ଣ ଫ।ଇଲ୍ ନକଲେ କିମ୍ୱା ରିଟର୍ଣ୍ଣ ଫାଇଲ୍ କରି ସମସ୍ତ ତଥ୍ୟ ନଦେଲେ ୭ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବ। ବିଦେଶୀ ବ୍ୟାଙ୍କରେ କେଉଁ ତାରିଖରେ ଖାତା […]

bm

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 04:56 AM IST

ନୂଆଦିଲ୍ଲୀ:ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହେଲା ବ୍ଲାକ୍ ମନି ବିଲ୍। ଏବେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ଯିବ। ବିଲର ବ୍ୟବସ୍ଥା ଅନୁସାରେ ବିଦେଶରେ କଳାଧନ ଗଚ୍ଛିତ ରଖିଥିଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ୩୦୦ ପ୍ରତିଶତ ଟାକ୍ସ ଦେବାକୁ ପଡ଼ିବ। ବିଦେଶରେ ଥିବା ସଂପତ୍ତିର ରିଟର୍ଣ୍ଣ ଫ।ଇଲ୍ ନକଲେ କିମ୍ୱା ରିଟର୍ଣ୍ଣ ଫାଇଲ୍ କରି ସମସ୍ତ ତଥ୍ୟ ନଦେଲେ ୭ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବ। ବିଦେଶୀ ବ୍ୟାଙ୍କରେ କେଉଁ ତାରିଖରେ ଖାତା ଖୋଲାଯାଇଛି ଆୟକର ରିଟର୍ଣ୍ଣ ବେଳେ ସେ ସଂପର୍କରେ ସୂଚନା ଦେବା ବାଧ୍ୟତାମୂଳକ ହେବ। ସେହିପରି ବିଦେଶରେ କଳାଧନ ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ଦେଶରେ ଥିବା ସଂପତ୍ତି ଜବତ କରାଯାଇପାରିବ। ତେବେ ବିଦେଶରେ ବ୍ଳାକମନି ରଖିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଓ ଜୋରିମାନାରୁ ବର୍ତ୍ତିବା ପାଇଁ ସେମାନଙ୍କ ସଂପତ୍ତି ଘୋଷଣା କରି ଟାକ୍ସ ଦେବାକୁ ଏକ ସୁଯୋଗ ଦିଆଯିବ। କଳାଧାନ ଗଚ୍ଛିତକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଲାଗି ଟିକସ ବିଭାଗଗୁଡ଼ିକୁ କ୍ଷମତା ପ୍ରଦାନ ପାଇଁ ବିଲରେ ବ୍ୟବସ୍ଥା ରହିଛି।

Related story