ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କର୍ଣ୍ଣେଲ ସନ୍ତୋଷ ମହାଦିକଙ୍କ ଶେଷକୃତ୍ୟ ସଂପନ୍ନ

ସତାରା (ମହାରାଷ୍ଟ୍ର): ଜମ୍ମୁ-କାଶ୍ମୀରରେ ଆତଙ୍କୀ ନିରୋଧୀ ଅଭିଯାନ ସମୟରେ ଶହିଦ ହୋଇଥିବା କର୍ଣ୍ଣେଲ୍ ସନ୍ତୋଷ ମହାଦିକଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମସଂସ୍କାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଶହୀଦଙ୍କ ଅନ୍ତିମସଂସ୍କାର ସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତିନି ସେନା ପକ୍ଷରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଉତ୍ତର କାଶ୍ମୀରର କୁପୱାଡା ଅଞ୍ଚଳରେ ଏକ ତଲାସୀ ଅଭିଯାନ ସମୟରେ ୪୧ ରାଷ୍ଟ୍ରୀୟ ରାଇଫଲ୍ ଦଳର ନେତୃତ୍ୱ ନେଇଥିବା ସନ୍ତୋଷ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ। ଆତଙ୍କବାଦୀଙ୍କ ସହ […]

santash

santash

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 09:45 AM IST

Sports

Latest News

ସତାରା (ମହାରାଷ୍ଟ୍ର): ଜମ୍ମୁ-କାଶ୍ମୀରରେ ଆତଙ୍କୀ ନିରୋଧୀ ଅଭିଯାନ ସମୟରେ ଶହିଦ ହୋଇଥିବା କର୍ଣ୍ଣେଲ୍ ସନ୍ତୋଷ ମହାଦିକଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମସଂସ୍କାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଶହୀଦଙ୍କ ଅନ୍ତିମସଂସ୍କାର ସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତିନି ସେନା ପକ୍ଷରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଉତ୍ତର କାଶ୍ମୀରର କୁପୱାଡା ଅଞ୍ଚଳରେ ଏକ ତଲାସୀ ଅଭିଯାନ ସମୟରେ ୪୧ ରାଷ୍ଟ୍ରୀୟ ରାଇଫଲ୍ ଦଳର ନେତୃତ୍ୱ ନେଇଥିବା ସନ୍ତୋଷ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ। ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା କୁପୱାଡାଠାରୁ ୮କି.ମି. ଦକ୍ଷିଣ ମାନିଗଢ ଜଙ୍ଗଲରେ ଘଟିଥିଲା।

ଶହୀଦ ସନ୍ତୋଷଙ୍କ ଘର ମହାରାଷ୍ଟ୍ରର ସିତାରାରେ। ତାଙ୍କର ଦୁଇଟି ପିଲା ଅଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ମଧ୍ୟ ଶହୀଦ ସନ୍ତୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଜ୍ୟ ଓ ସାରା ଦେଶ ଶହୀଦ ସନ୍ତୋଷଙ୍କ ପରିବାର ସହ ରହିଛି। ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos