ମୂଷା ପିଉଛନ୍ତି ମଦ ! ମଦୁଆ ମୂଷାଙ୍କୁ ସାବାଡ଼୍ କରିବାକୁ ଗୋଦାମ ନିର୍ମାଣ କରିବେ ବିହାର ସରକାର

ପାଟନା: ବିହାରରେ ମଦ ନିଷେଧ ପରେ ଏବେ ସାମ୍ନାକୁ ଆସିଛି ନୂଆ ସମସ୍ୟା । ଜବତ ମଦକୁ କେଉଁଠି ରଖାଯିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର । କାରଣ ମଦ ନିଷେଧ ହେଲାପରେ, ଯେଉଁସବୁ ମଦ ଜବତ ହୋଇଥିଲା ଏବେ ତାହା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଅର୍ଥାତ୍ ଜବତ ମଦ ନଷ୍ଟ ହୋଇଯାଉଛି, ନହେଲେ ତାକୁ ପୋଲିସ୍ ହେପାଜତରୁ କିଏ ଗାଏବ୍ କରି ନେଇ ବିକୁଛି କିମ୍ବା ପିଉଛି। […]

rats

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 03:08 PM IST

ପାଟନା: ବିହାରରେ ମଦ ନିଷେଧ ପରେ ଏବେ ସାମ୍ନାକୁ ଆସିଛି ନୂଆ ସମସ୍ୟା । ଜବତ ମଦକୁ କେଉଁଠି ରଖାଯିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର । କାରଣ ମଦ ନିଷେଧ ହେଲାପରେ, ଯେଉଁସବୁ ମଦ ଜବତ ହୋଇଥିଲା ଏବେ ତାହା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଅର୍ଥାତ୍ ଜବତ ମଦ ନଷ୍ଟ ହୋଇଯାଉଛି, ନହେଲେ ତାକୁ ପୋଲିସ୍ ହେପାଜତରୁ କିଏ ଗାଏବ୍ କରି ନେଇ ବିକୁଛି କିମ୍ବା ପିଉଛି।

ଏ ନେଇ ଧରପଗଡ ହେବା ପରେ, ଏକ ରୋଚକ ତଥ୍ୟ ପଦାକୁ ଆସିଛି । ଜବତ ମଦ କୁଆଡ଼େ ଗାଏବ୍ ହେଉଛି ବୋଲି ସରକାର ଜାଣିବାକୁ ଚାହିଁବାରୁ, ପୋଲିସ୍ ଉତ୍ତର ଦେଇଛି, ମଦ ସବୁ ମୂଷା ପିଇ ଯାଉଛନ୍ତି । ଏଭଳି ହାସ୍ୟାସ୍ପଦ କଥାକୁ କିନ୍ତୁ ସରକାର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି, କାରଣ ଏ ରିପୋର୍ଟ ନିଜେ ପୋଲିସ୍ ବିଭାଗ ଦେଇଛି। ମୂଷାମାନେ ହିଁ ଜବତ ହୋଇଥିବା ମଦ ପିଇ ଯାଉଛନ୍ତି ବୋଲି ଶୁଣିବା ପରେ ସମସ୍ତଙ୍କ ମନରେ କୌତୁହଳ ଜାଗ୍ରତ ହୋଇଛି।  ଏହି ପୋଲିସ୍ ରିପୋର୍ଟକୁ ଯାଞ୍ଚ ପାଇଁ ରାଜ୍ୟ ସରକାର ଆଦେଶ ଦେବା ସହିତ, ମଦୁଆ ମୂଷାଙ୍କୁ ସାବାଡ୍‌ କରିବାକୁ ବହୁ ସଂଖ୍ୟାରେ ଗୋଦାମ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟର ମୋଟ ୩୮ଟି ଜିଲ୍ଲାରେ ଜବତ ମଦ ସୁରକ୍ଷିତ ରଖିବାକୁ ୪୭ଟି ଗୋଦାମ ନିର୍ମାଣ ହେବ। ଏଥି ମଧ୍ୟା ୪ଟି ତିଆରି ହେବ କେବଳ ରାଜଧାନୀ ପାଟନାରେ । ଜବତ ମଦ ନଷ୍ଟ କରିବାକୁ ଅଦାଲତ କୌଣସି ନିଷ୍ପତ୍ତି ନେଇ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଗୋଦାମ ନିର୍ମାଣ କାମ ବିହାର ପୋଲିସକୁ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ବିହାରରେ ଗତବର୍ଷ ଏପ୍ରିଲ ୫ ତାରିଖରେ ମଦ ନଷେଧ ଆଇନ୍ ଲାଗୁ ହୋଇଥିଲା । ତେବେ ପରେ ଏଥିରେ ଅଳ୍ପ ସଂଶୋଧନ କରି ନୂଆ ଆଇନ୍ ୨ ଅକ୍ଟୋବର ୨୦୧୬ରେ ଲାଗୁ ହୋଇଥିଲା।

Related story