ପୂର୍ବତନ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କ ଦ୍ୱାରା ପରିଚାଳିତ ମଦ୍ରାସାର ପାଣି ଟାଙ୍କିରେ ମୂଷା ମରା ଔଷଧ ପକାଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ପୂର୍ବତନ ଉପ ରାଷ୍ଟ୍ରପତି ହାମିଦ ଅନସାରୀଙ୍କ ପତ୍ନୀ ସଲମା ଅନସାରୀଙ୍କ ଦ୍ୱାରା ଚାଲିଥିବା ଏକ ମଦ୍ରାସାର ପାଣି ଟାଙ୍କିରେ ଦୁଇ ଜଣ ବ୍ୟକ୍ତି ମୂଷା ମରା ଔଷଧ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଅଲିଗଡ଼ରେ ଏହି ମଦ୍ରାସା ରହିଛି। ଏହାର ନାଁ ଚାଚା ନେହରୁ ମଦ୍ରାସା। ଏଠାରେ ପ୍ରାୟ ୪୦୦୦ ଛୁଆ ପଢ଼ନ୍ତି। ଏହା ଅଲ୍ ନୂର ଚାରିଟେବଲ ସୋସାଇଟି ଦ୍ୱାରା ପରିଚାଳିତ ହେଉଛି। ସଲମା ଅନସାରୀ ଏହାର ଅଧ୍ୟକ୍ଷ ଅଛନ୍ତି। ମଦ୍ରାସାର ପାଣି ଟାଙ୍କିରେ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 02:37 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଉପ ରାଷ୍ଟ୍ରପତି ହାମିଦ ଅନସାରୀଙ୍କ ପତ୍ନୀ ସଲମା ଅନସାରୀଙ୍କ ଦ୍ୱାରା ଚାଲିଥିବା ଏକ ମଦ୍ରାସାର ପାଣି ଟାଙ୍କିରେ ଦୁଇ ଜଣ ବ୍ୟକ୍ତି ମୂଷା ମରା ଔଷଧ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଅଲିଗଡ଼ରେ ଏହି ମଦ୍ରାସା ରହିଛି। ଏହାର ନାଁ ଚାଚା ନେହରୁ ମଦ୍ରାସା। ଏଠାରେ ପ୍ରାୟ ୪୦୦୦ ଛୁଆ ପଢ଼ନ୍ତି। ଏହା ଅଲ୍ ନୂର ଚାରିଟେବଲ ସୋସାଇଟି ଦ୍ୱାରା ପରିଚାଳିତ ହେଉଛି। ସଲମା ଅନସାରୀ ଏହାର ଅଧ୍ୟକ୍ଷ ଅଛନ୍ତି।

ମଦ୍ରାସାର ପାଣି ଟାଙ୍କିରେ ମୂଷା ମରା ଔଷଧ  ପକାଇଥିବା ଅଭିଯୋଗରେ ପୋଲିସ୍‌ ଅଜଣା ବ୍ୟକ୍ତି ନାଁରେ ୩୨୮ ଓ ୫୦୬ ଦଫା ମାମଲା ରୁଜୁ କରିଛି।

ସଲମା ଅନସାରୀ ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ୧୮ ବର୍ଷ ପୁରୁଣା ଏହି ମଦ୍ରାସାରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ଭବିଷ୍ୟତରେ ଏପରି ଘଟଣାକୁ ରୋକା ଯାଇପାରିବ।

ଅଲିଗଡ଼ ପୋଲିସର ବରିଷ୍ଠ ଅଧୀକ୍ଷକ ରାଜେଶ ପାଣ୍ଡେ କହିଛନ୍ତି,“ମଦ୍ରାସାର ପାଣି ଟାଙ୍କିରେ ଦୁଇ ଜଣ ବ୍ୟକ୍ତି ମୂଷା ମରା ଔଷଧ ପକାଉଥିବା ବେଳେ ସୌଭାଗ୍ୟ ବଶତଃ ଜଣେ ଛାତ୍ର ଦେଖି ନେଇଥିଲେ। ସେ ସଙ୍ଗେ ସଙ୍ଗେ ମଦ୍ରାସା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପାଣିର ନମୁନା ଯାଞ୍ଚ ପାଇଁ ଫରେନ୍‌ସିକ୍ ଲାବ୍‌କୁ ପଠାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos