ମୂଷା ଚୋରି କଲା ହୀରା କାନଫୁଲ, ଦୋକାନୀ କହିଲେ...

ପାଟନା: ସାଧାରଣତଃ ଚୋରି ହେଲେ ଥାନାରେ ଅଭିଯୋଗ ହୁଏ। ପୁଲିସ ଚୋରକୁ ଖୋଜି ବାହାର କରିବା ସହ ଚୋରି ସାମଗ୍ରୀକୁ ବି ଉଦ୍ଧାର କରିଥାଏ।  ହେଲେ ଚୋର ଯଦି ଏକ ମୂଷା ହୋଇଥାଏ, ତାହା ହେଲେ କଣ କରିବେ। ଏପରି ଏକ ଘଟଣା ଘଟିଛି ବିହାରର ରାଜଧାନୀ ପାଟନାରେ। ପାଟନାର ଜଣେ ଗହଣା ବ୍ୟବସାୟୀଙ୍କ ଶୋରୁମ୍‌ରୁ ଗତ ଶିବ ରାତ୍ରୀ ରାତିରେ ଏକ ଦାମିକିଆ ହୀରା କାନଫୁଲ ଚୋରି ହୋଇ ଯାଇଥିଲା। ପର ଦିନ ସକାଳେ ଶୋରୁମ […]

rat...........

Niharika Rout
  • Published: Saturday, 09 March 2019
  • , Updated: 09 March 2019, 12:08 PM IST

ପାଟନା: ସାଧାରଣତଃ ଚୋରି ହେଲେ ଥାନାରେ ଅଭିଯୋଗ ହୁଏ। ପୁଲିସ ଚୋରକୁ ଖୋଜି ବାହାର କରିବା ସହ ଚୋରି ସାମଗ୍ରୀକୁ ବି ଉଦ୍ଧାର କରିଥାଏ।  ହେଲେ ଚୋର ଯଦି ଏକ ମୂଷା ହୋଇଥାଏ, ତାହା ହେଲେ କଣ କରିବେ। ଏପରି ଏକ ଘଟଣା ଘଟିଛି ବିହାରର ରାଜଧାନୀ ପାଟନାରେ।

ପାଟନାର ଜଣେ ଗହଣା ବ୍ୟବସାୟୀଙ୍କ ଶୋରୁମ୍‌ରୁ ଗତ ଶିବ ରାତ୍ରୀ ରାତିରେ ଏକ ଦାମିକିଆ ହୀରା କାନଫୁଲ ଚୋରି ହୋଇ ଯାଇଥିଲା। ପର ଦିନ ସକାଳେ ଶୋରୁମ ଖୋଲିବା ପରେ ଦୋକାନ ମାଲିକ ଏହା ଜାଣିପାରିଥିଲେ। ଏହାପରେ ସେ ଘଟଣାର ଖୋଳତାଡ ଆରମ୍ଭ କରି ଦେଇଥିଲେ।

ପ୍ରଥମେ ସେ ନିଜ ଦୋକାନ କର୍ମଚାରୀଙ୍କୁ ଚୋରି ବିଷୟରେ ପଚାରିଥିଲେ। ହେଲେ ସେମାନେ ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଥିଲେ। ଏହାପରେ ସେ ଦୋକାନର ସିସି ଟିଭି ଫୁଟେଜ ଚେକ୍‌ କରିଥିଲେ। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରାତିରେ ଦୋକାନରେ ବୁଲୁଥିବା ଏକ ମୁଷା କାନଫୁଲଟିକୁ ନେଇ ପଳାଉଥିବା ସିସି ଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା।

ମୂଷାଟି କାନଫୁଲ ନେଇ ଦୋକାନର ଏକ କୋଣକୁ ପଳାଇ ଲୁଚିଥିବା ସେମାନେ ଦେଖିବାକୁ ପାଇଲେ। ହେଲେ ଯେତେ ଖୋଜାଖୋଜି କଲେବି  ଚୋରି ଜିନିଷର କୌଣସି ସନ୍ଧାନ ପାଇପାରିଲେ ନାହିଁ। ଦୋକାନ ମାଲିକ କିନ୍ତୁ ଏହି ଘଟଣା ନେଇ ମୂଷା ଉପରେ କୌଣସି ରାଗ ରଖି ନ ଥିଲେ। ଅନ୍ୟମାନେ ତାଙ୍କୁ ମୂଷା ଧରିବାକୁ କହିବାରୁ ସେ ବାଢିଲେ ଅଜବ ଯୁକ୍ତି।

ତାଙ୍କ ଯୁକ୍ତି ଅନୁଯାୟୀ, ମୂଷା ହେଉଛି ଗଣେଶଙ୍କ ବାହନ। ଏହାଛଡ଼ା ଉକ୍ତ କାନଫୁଲ ଶିବ ରାତ୍ରୀରେ ହିଁ ଚୋରି ହୋଇଥିଲା। ତେଣୁ ଗଣେଶ ତାଙ୍କ ମା ’ଙ୍କୁ ଏହି କାନଫୁଲଟିକୁ ଉପହାର ଦେଇଥିବା ସେ ବିଶ୍ୱାସ କରୁଛନ୍ତି। ସେ ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ କରିନାହାନ୍ତି।

Related story