ଫେସବୁକ୍‌ ଉପରେ କାହିଁକି ରାଗିଗଲେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର, ପଢ଼ନ୍ତୁ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଫେସବୁକ୍‌ରୁ ଡାଟା ହ୍ୟାକକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆମେରିକାରେ ଫେସବୁକ୍‌ରୁ ଡାଟା ଲିକ୍‌ ହେବାର ଖବର ପ୍ରକାଶ ପାଇବା ପରେ ଭାରତ ସରକାର ଏନେଇ ତତ୍ପରତା ପ୍ରକାଶ କରିଛନ୍ତି।  କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରଶାଦ ବ୍ରିଟେନ୍‌ କମ୍ପାନୀ ‘କେମ୍ବ୍ରିଜ ଆନାଲିଟିକା’କୁ ନିନ୍ଦା କରିଛନ୍ତି।  ଏଥିସହିତ ଆଗାମୀ ସାଧାରଣ ନିର୍ବାଚନକୁ ‘କେମ୍ବ୍ରିଜ ଆନାଲିଟିକା’ ହନି ଟ୍ରାପ ଏବଂ ଫେକ୍ ନ୍ୟୁଜ୍ ମାଧ୍ୟମରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ […]

ravi-shanker-prasad-678x381

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 08:37 PM IST

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଫେସବୁକ୍‌ରୁ ଡାଟା ହ୍ୟାକକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆମେରିକାରେ ଫେସବୁକ୍‌ରୁ ଡାଟା ଲିକ୍‌ ହେବାର ଖବର ପ୍ରକାଶ ପାଇବା ପରେ ଭାରତ ସରକାର ଏନେଇ ତତ୍ପରତା ପ୍ରକାଶ କରିଛନ୍ତି।  କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରଶାଦ ବ୍ରିଟେନ୍‌ କମ୍ପାନୀ ‘କେମ୍ବ୍ରିଜ ଆନାଲିଟିକା’କୁ ନିନ୍ଦା କରିଛନ୍ତି।  ଏଥିସହିତ ଆଗାମୀ ସାଧାରଣ ନିର୍ବାଚନକୁ ‘କେମ୍ବ୍ରିଜ ଆନାଲିଟିକା’ ହନି ଟ୍ରାପ ଏବଂ ଫେକ୍ ନ୍ୟୁଜ୍ ମାଧ୍ୟମରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି। କେମ୍ବ୍ରିଜ ଆନାଲିଟିକା ବିଶେଷକରି ଭାରତ ଓ ନାଇଜେରିଆ ଭଳି ଦେଶରେ କାମ କରୁଛି।

ରବିଶଙ୍କର କହିଛନ୍ତି ଯେ, ଗଣମାଧ୍ୟମକୁ ସ୍ୱାଧୀନତା ଦିଆଯିବାକୁ ସେ ସମର୍ଥନ କରନ୍ତି। ତେବେ ସୋସିଆଲ ମିଡିଆର ଦୁରୂପଯୋଗ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଏହାକୁ କେବେବି ସୁଯୋଗ ଦିଆଯିବ ନାହିଁ। ଦରକାର ପଡ଼ିଲେ ଫେସବୁକ୍ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ରବିଶଙ୍କର କହିଛନ୍ତି। ଏହାସହ ‘କେମ୍ବ୍ରିଜ ଆନାଲିଟିକାକୁ’ ନେଇ ରବିଶଙ୍କର ବିରୋଧୀ କଂଗ୍ରେସକୁ ମଧ୍ୟ ପ୍ରଶ୍ନ କରିଛନ୍ତି।  କଂଗ୍ରେସ ଏହାର କାହିଁକି ବ୍ୟବହାର କରୁଛି ? ଏଥିପ୍ରତି କଂଗ୍ରେସର ଏତେ ପ୍ରେମ କାହିଁକି ? ବୋଲି ସେ ପଚାରିଛନ୍ତି।

ଆଇଟିର ସୂଚନା ଅନୁସାରେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ‘କେମ୍ବ୍ରିଜ ଆନାଲିଟିକା’କୁ ବ୍ରହ୍ମାସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି ରବିଶଙ୍କର ଅଭିଯୋଗ କରିଛନ୍ତି। ଏହି ସଂଗଠନ ସହ ରାହୁଲଙ୍କ ସୋସିଆଲ୍ ମିଡିଆରେ ଥିବା ପ୍ରୋଫାଇଲ ସହ କ’ଣ ଭୂମିକା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ ପରେ ଏହାର ଉତ୍ତର ରଖିଛି କଂଗ୍ରେସ।  କେମ୍ବ୍ରିଜ ଆନାଲିଟିକା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କୌଣସି ସଂପର୍କ ନାହିଁ ବୋଲି କଂଗ୍ରେସ କହିଛି।

Related story