ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ: ଭାରତୀୟ ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ ହେବ ବୋଲି ସ୍ପଷ୍ଟ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଧାର ଲିଙ୍କ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଉପୁଜିବା ପରେ ଶେଷରେ ଆର୍‌ବିଆଇ ସ୍ପଷ୍ଟ କରିଛି। କିଛିଦିନ ଧରି ଗ୍ରାହକମାନଙ୍କୁ ବ୍ୟାଙ୍କ ତରଫରୁ ଘନ ଘନ ମେସେଜ୍ ଓ କଲ ଆସୁଥିଲା।  ଯେଉଁଥିରେ କୁହାଯାଉଥିଲା ଖୁବ ଶୀଘ୍ର ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ସଂଯୁକ୍ତ କରନ୍ତୁ  ନ ହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ କରିଦିଆଯିବ। […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 06:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ ହେବ ବୋଲି ସ୍ପଷ୍ଟ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଧାର ଲିଙ୍କ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଉପୁଜିବା ପରେ ଶେଷରେ ଆର୍‌ବିଆଇ ସ୍ପଷ୍ଟ କରିଛି। କିଛିଦିନ ଧରି ଗ୍ରାହକମାନଙ୍କୁ ବ୍ୟାଙ୍କ ତରଫରୁ ଘନ ଘନ ମେସେଜ୍ ଓ କଲ ଆସୁଥିଲା।  ଯେଉଁଥିରେ କୁହାଯାଉଥିଲା ଖୁବ ଶୀଘ୍ର ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ସଂଯୁକ୍ତ କରନ୍ତୁ  ନ ହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ କରିଦିଆଯିବ। ଏନେଇ ଆଜି ଆରବିଆଇ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି।  ପୂର୍ବରୁ ଆକାଉଣ୍ଟକୁ ଆଧାର ସହିତ ସଂଯୁକ୍ତ କରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିବା କଥା ଆର୍‌ଟିଆଇ ଜରିଆରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos