ପ୍ରତିଦିନ ୨୦୦ ଜଣଙ୍କ ସହ ଆଲୋଚନା କରୁଛନ୍ତି ମୋଦି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିରୋଧରେ ଭାରତର ଲଢ଼େଇ ନେଇ ଅପଡେଟ୍‌ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ୨୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି। ପ୍ରତିଦିନ ଏପରି ଫୋନ୍‌ ବାର୍ତ୍ତାଳାପ ଚାଲୁ ରହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ଅବସରରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ମୋଦି ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାମ କରୁଥିବା ଡାକ୍ତର, […]

Modi

Subrat Kumar Nayak
  • Published: Sunday, 29 March 2020
  • , Updated: 29 March 2020, 06:00 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିରୋଧରେ ଭାରତର ଲଢ଼େଇ ନେଇ ଅପଡେଟ୍‌ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ୨୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି। ପ୍ରତିଦିନ ଏପରି ଫୋନ୍‌ ବାର୍ତ୍ତାଳାପ ଚାଲୁ ରହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଏହି ଅବସରରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି।

ମୋଦି ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାମ କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏବଂ ପରିମଳ କର୍ମଚାରୀଙ୍କ ସହ କଥା ହୋଇଛନ୍ତି। ଏହା ଉଦ୍ଦେଶ୍ୟ ସ୍ୱରୂପ କୁହାଯାଇଛି, “ରାଷ୍ଟ୍ର ଏବଂ ସମାଜ ପ୍ରତି ତାଙ୍କର ନିଃସ୍ୱାର୍ଥପର ସେବା ପ୍ରତି କୃତଜ୍ଞତା ଜଣାଇବାକୁ ପ୍ରୋତ୍ସାହନ ଦେବାପାଇଁ ଏପରି ଫୋନ୍‌ କରାଯାଉଛି।”

ମୋଦି ଆହୁରି ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳରେ କାମ କରୁଥିବା ଲୋକଙ୍କ ସହ ଭିଡିସ କନ୍‌ଫରେନ୍ସରେ କଥା ହୋଇଛନ୍ତି। ପୂର୍ବରୁ ମୋଦି ବିଭିନ୍ନ ଖବରକାଗଜ ସମ୍ପାଦକ ଏବଂ ରେଡିଓ ଜକିଙ୍କ ସହ ମଧ୍ୟ ଭିଡିଓ କନ୍‌ଫରେନ୍ସରେ କଥା ହୋଇଥିଲେ। ସଚେତନତା ସୃଷ୍ଟି କରିବା ପାଇଁ ସେମାନଙ୍କୁ ମୋଦି ପରାମର୍ଶ ଦେଇଥିଲେ।

Related story