ପୂଜା ପୂର୍ବରୁ ଆରବିଆଇ ଝଟକା: ଇଏମଆଇ ଅପରିବର୍ତ୍ତିତ, ୨୦୨୧ରେ ଜିଡିପି ୯.୫% ହ୍ରାସ ପାଇବ

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସାଧାରଣ ଲୋକଙ୍କୁ ଝଟକା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ବର୍ତ୍ତମାନ ସ୍ଥିତିରେ ଗ୍ରାହକଙ୍କୁ ଇଏମଆଇରେ କୌଣସି ରିହାତି ମିଳିବ ନାହିଁ। ଆରବିଆଇର ମନିଟାରୀ ପଲିସି କମିଟିର ନିଷ୍ପତ୍ତି ସମ୍ପର୍କରେ ଆଜି ଗଭର୍ଣ୍ଣର ଶକ୍ତିକାନ୍ତ ଆଜି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଆରବିଆଇ ରିପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ରିପୋ ରେଟ୍‌ ପୂର୍ବ ଭଳି ୪%ରେ କାଏମ ରହିଛି। କୁହାଯାଉଥିଲା ଯେ ଆଗକୁ ପାର୍ବଣ ଋତୁ ଆସୁଛି। ତେଣୁ […]

r

Hemant Lenka
  • Published: Friday, 09 October 2020
  • , Updated: 09 October 2020, 03:34 PM IST

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସାଧାରଣ ଲୋକଙ୍କୁ ଝଟକା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ବର୍ତ୍ତମାନ ସ୍ଥିତିରେ ଗ୍ରାହକଙ୍କୁ ଇଏମଆଇରେ କୌଣସି ରିହାତି ମିଳିବ ନାହିଁ। ଆରବିଆଇର ମନିଟାରୀ ପଲିସି କମିଟିର ନିଷ୍ପତ୍ତି ସମ୍ପର୍କରେ ଆଜି ଗଭର୍ଣ୍ଣର ଶକ୍ତିକାନ୍ତ ଆଜି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଆରବିଆଇ ରିପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ରିପୋ ରେଟ୍‌ ପୂର୍ବ ଭଳି ୪%ରେ କାଏମ ରହିଛି। କୁହାଯାଉଥିଲା ଯେ ଆଗକୁ ପାର୍ବଣ ଋତୁ ଆସୁଛି। ତେଣୁ ଆରବିଆଇ ରିପୋର୍ଟ ହ୍ରାସ କରି ଲୋକଙ୍କ ଚାହିଦା ବୃଦ୍ଧି କରିବ। କିନ୍ତୁ ଏବେ ସେପରି କିଛି ହୋଇନାହିଁ। ରିପୋ ରେଟ୍‌ ଅପରିବର୍ତ୍ତିତ ରହିଥିବାରୁ ଲୋକମାନଙ୍କ ବିଭିନ୍ନ ସାମଗ୍ରୀ କିଣାରେ ଆଉ କୌଣସି ଆଗ୍ରହ ଦେଖାଇବେ ନାହିଁ ବୋଲି କୁହାଯାଉଛି।

ଏହାପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ଆରବିଆଇର ମନିଟାରୀ ପଲିସି କମିଟି ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ତେଣୁ ଏବେ ରେପୋ ରେଟ୍‌ ୪% ଓ ରିଭର୍ସ ରେପୋ ରେଟ୍‌ ୩.୩୫% ରହିଛି।

ଶକ୍ତିକାନ୍ତ ଦାସ କହିଛନ୍ତି, ବର୍ତ୍ତମାନ ଦେଶର ମୁଡ୍ ଭୟରୁ ବଦଳି ଯାଇ ଆଶା ଆଡ଼େ ମୁହାଁଉଛି। ବିଭିନ୍ନ କ୍ଷେତ୍ରରେ ସୁଧାର ଆସିବାରେ ଲାଗିଛି। ତଥାପି ଦେଶର ଜିଡିପି ୨୦୧୨ରେ ୯.୫% ହ୍ରାସ ପାଇବ। କିନ୍ତୁ ଆମର ଆଶା ଏଥିରେ ତୁରନ୍ତ ସୁଧାର ଆସିଯିବ। ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ଜିଡିପି ଅଭିବୃଦ୍ଧି ସକାରାତ୍ମକ ଦିଗରେ ଗତି କରିବ।

ଏବେ କରୋନା ସଂକ୍ରମଣ ଅପେକ୍ଷା ଦେଶର ଅର୍ଥନୀତିକୁ କେମିତି ଆଗକୁ ବଢ଼ିବ, ତା’ ଉପରେ ଫୋକସ କରାଯାଉଛି

୨୦୨୦-୨୦୨୧ରେ ଜିଡିପି ଅଭିବୃଦ୍ଧି ବିଯୁକ୍ତ ୯.୫% ରହିବାର ଆଶଙ୍କା ରହିଛି। ଚୋଟ ବ୍ୟବସାୟୀଙ୍କୁ ସହାୟତା କରିବା ପାଇଁ ୭.୫ କୋଟି ଟଙ୍କାର ଋଣ ଦିଆଯାଇଛି।

Related story