ରେଡ୍-ମି ନୋଟ୍-4 ର ଜବରଦସ୍ତ ବିକ୍ରି ପରେ ଏବ ଲଞ୍ଚ୍ ହୋବାକୁ ଯାଉଛି ରେଡ୍-ମି ନୋଟ୍-5। ବହୁତ ଶୀଘ୍ର ଏହି ଫୋନ୍ ମାର୍କେଟ୍କୁ ଆସିବାକୁ ଯାଉଛି। ହେଲେ ତା’ ପୂର୍ବରୁ ବଜାରରେ ଏହି ସ୍ମାର୍ଟଫୋନ୍କୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ମୋବାଇଲଟି ଲଞ୍ଚ୍ ହେବା ପୂର୍ବରୁ ଏହାର ଦାମ୍ ଓ ସ୍ପେସିଫିକେସନ୍ ସାମ୍ନାକୁ ଆସିଯାଇଛି।
ଜାଣନ୍ତୁ ଏହାର ଦାମ୍ ଓ ସ୍ପେସିଫିକେସନ୍
ସୂଚନା ଅନୁଯାୟୀ ମୋବାଇଲର ଅଲଗା ଅଲଗା ଭ୍ୟାରିଆଣ୍ଟ ପାଇଁ ଅଲଗା ଅଲଗା ଦାମ୍ ରହିବ। ତେବେ ଏହାର ବେସ୍ ଭ୍ୟାରିଆଣ୍ଟ ପାଇଁ ଦାମ୍ ରହିଛି ୧,୫୯୯ ୟୁଆନ୍। ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁୟାୟୀ ପାଖାପାଖି ୧୫,୭୦୦ ଟଙ୍କା ହେବ।
ସ୍ପେସିଫିକେସନ୍: ରିପୋର୍ଟ ଅନୁଯାୟୀ ଫୋନ୍ଟିରେ ୫.୯୯ ଇଞ୍ଚର ଫୁଲ୍ ଏଚ୍ଡି ସ୍କ୍ରିନ୍ର ଦିଆଯାଇଛି। ଏଥିରେ ସ୍ନାପ୍ଡ୍ରାଗନ ୬୩୨ ପ୍ରୋସେସର ରହିଛି ବୋଲି ଶୁଣିବାକୁ ମିଳୁଛି। ଏହି ସ୍ମାର୍ଟଫୋନ୍ର ଦୁଇଟି ଭ୍ୟାରିଆଣ୍ଟ ତଥା 3GB ରାମ୍ ଓ 32GB ଇଣ୍ଟରନାଲ ଷ୍ଟୋରେଜ ଏବଂ 4GB ରାମ୍ ଓ 64GB ଇଣ୍ଟରନାଲ ଷ୍ଟୋରେଜ ରହିଛି। କ୍ୟାମେରା କଥା କହିଲେ ଏଥିରେ ୧୨ ମେଗା ପିକ୍ସେଲ୍ର ଡୁଆଲ ପ୍ରାଇମେରି କ୍ୟାମେରା ଓ ୫ ମେଗାପିକ୍ସେଲ୍ ସେକେଣ୍ଡାରୀ କ୍ୟାମେରା ରହିଛି। ଏଥିରେ ସିକ୍ୟୁରିଟି ପାଇଁ ଫିଙ୍ଗର ପ୍ରିଣ୍ଟ ସେନ୍ସର ଦିଆଯାଇଛି। ଏହା ଗ୍ରେ, ବ୍ଲାକ୍ ଏବଂ ଗୋଲ୍ଡ କଲର୍ରେ ଉପଲବ୍ଧ।
ଆଶା କରାଯାଉଛି ଯେ ଏହି ଫୋନ୍ଟି ଆସନ୍ତା ଫେବୃଆରୀ ମାସ ଶେଷରେ ହେବାକୁ ଥିବା ‘ୱାର୍ଲ୍ଡ ମୋବାଇଲ୍ କଂଗ୍ରେସ୍’ରେ ଲଞ୍ଚ୍ କରାଯିବ। ରେଡ୍-ମି ନୋଟ୍-4ର ସଫଳତା ପରେ ରେଡ୍-ମି ନୋଟ୍-5 ମଧ୍ୟ ଲୋକଙ୍କ ହୃଦୟ ଜିତି ସେହିପରି ସଫଳତା ପାଇବ ବୋଲି କମ୍ପାନୀ ଆଶା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।