ନୂଆ ମୋଟର ଯାନ ଆଇନ ଲାଗୁ ପରେ କମିଛି ଦୁର୍ଘଟଣା

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ସକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଆଇନ୍ ଲାଗୁ ହେବା ପରେ ୧୦% ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିଛି। ୧୯ ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକସଭାରେ ଏହା କହିଛନ୍ତି। ଏଥିସହ ଏହି ଅଧିନିୟମ ଲାଗୁ ହେବାର ୫ ମାସ ପୂର୍ବରୁ ଓ ପରେ କେତେ ଦୁର୍ଘଟଣା ଘଟିଛି ସେ ବାବଦରେ ଗଡ଼କରୀ ଲୋକସଭାକୁ ଅବଗତ କରାଇଛନ୍ତି। ନୂଆ ନିୟମ ଲାଗୁ […]

traffic rule

traffic rule

Subhransu Sekhar
  • Published: Thursday, 19 March 2020
  • Updated: 19 March 2020, 05:03 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ସକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଆଇନ୍ ଲାଗୁ ହେବା ପରେ ୧୦% ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିଛି। ୧୯ ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକସଭାରେ ଏହା କହିଛନ୍ତି। ଏଥିସହ ଏହି ଅଧିନିୟମ ଲାଗୁ ହେବାର ୫ ମାସ ପୂର୍ବରୁ ଓ ପରେ କେତେ ଦୁର୍ଘଟଣା ଘଟିଛି ସେ ବାବଦରେ ଗଡ଼କରୀ ଲୋକସଭାକୁ ଅବଗତ କରାଇଛନ୍ତି। ନୂଆ ନିୟମ ଲାଗୁ ହେବାର ପାଞ୍ଚ ମାସ ପରେ ୧୦ ହଜାର ଜୀବନ ବଞ୍ଚାଇବାରେ ସରକାର ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଗୁଜରାଟରେ ସର୍ବାଧିକ ୧୪ % ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଥିବା ବେଳେ ଉତ୍ତର ପ୍ରଦେଶରେ ୧୩ % କମିଛି ବୋଲି ଗଡ଼କରୀ କହିଛନ୍ତି।

ସୋମବାର ମଧ୍ୟ ରାଜ୍ୟସଭାରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହାର ସଫଳତା ବାବଦରେ ଗଡ଼କରୀ ସଂସଦକୁ ଅବଗତ କରାଇଥିଲେ। ଗଡ଼କରୀ କହିଥିଲେ, ଦେଶରେ ମୋଟ ୫ ଲକ୍ଷ ଦୁର୍ଘଟଣା ଘଟିଛି। ଏଥିରେ ୧.୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୬୫% ଲୋକ ୧୮ ରୁ ୩୫ ବର୍ଷ ବୟସରେ ବୋଲି ସେ କହିଥିଲେ। ଦୁର୍ଘଟଣା ଯୋଗୁଁ ଜମ୍ମୁ କଶ୍ମୀର ଏବଂ ଚଣ୍ଡିଗଡ଼ରେ ମୃତ୍ୟୁ ସଂଖ୍ୟାରେ ୧୫ % ହ୍ରାସ ଘଟିଛି, ଗୁଜୁରାଟରେ ୧୪ %, ଉତ୍ତର ପ୍ରଦେଶରେ ୧୩ % ଏବଂ ଆନ୍ଧ୍ର ପ୍ରଦେଶରେ ୭ % ହ୍ରାସ ପାଇଥିବାବେଳେ ମଣିପୁରରେ ୪ % ହ୍ରାସ ପାଇଛି। ଅନ୍ୟପଟେ କେରଳରେ ସଡ଼କ ଦୁର୍ଘଟଣା ଯୋଗୁଁ ୪.୯ % ମୃତ୍ୟୁ ଘଟିଥିବା ବେଳେ ଆସାମରେ ୮ % ବୃଦ୍ଧି ଘଟିଛି।

ନୂଆ ନିୟମ ଲାଗୁ ହେବା ପରେ ତାମିଲନାଡୁରେ ଏହାର ପ୍ରଭାବ ସର୍ବାଧିକ ପଡ଼ିଛି ବୋଲି ସେ କହିଛନ୍ତି। ଗତ ପାଞ୍ଚ ମାସରେ ତାମିଲନାଡୁରେ ୨୪% ସଡ଼କ ଦୁର୍ଘଟଣା ହ୍ରାସ ପାଇଛି।

ଏହାବାଦ୍ ଦେଶରେ ୧୦୦୦ ଡ୍ରାଇଭିଂ ସ୍କୁଲ ଖୋଲିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି, ସେଥିମଧ୍ୟରୁ ୨୨ ଟି ଖୋଲାଯାଇଛି। ଅଧିକାଂଶ ସଡ଼କ ତିଆରିରେ ବୈଷୟିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି। ଦେଶରେ ମୋଟ୍ ୩୦୦୦ ବ୍ଲାକ ସ୍ପଟ ଚିହ୍ନଟ କରିଛନ୍ତି ସରକାର। ୧୪,୦୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ୭,୦୦୦ କୋଟି ଟଙ୍କା ଏବଂ କେନ୍ଦ୍ର ସରକାର ସମାନ ପରିମାଣର ଖର୍ଚ୍ଚ କରିବେ ବୋଲି ଗଡ଼କରୀ କହିଛନ୍ତି। ଏହି ନିୟମରେ କୌଣସି ପାତର ଅନ୍ତର ନାହିଁ। ନିୟମ ଭାଙ୍ଗି ନିଜେ ସଡ଼କ ପରିବହନ ମନ୍ତ୍ରୀ ଭାବରେ ଏବଂ ଜଣେ ମୁଖ୍ୟମନ୍ତ୍ରୀ ଚାଲାଣ କାଟିଛନ୍ତି ବୋଲି ସେ କହିଛନ୍ତି।

ବର୍ତ୍ତମାନ ୭୩% କାରବାର ଫାଷ୍ଟଟ୍ୟାଗ, ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍ ଦ୍ୱାରା ପରିଚାଳିତ ହେଉଛି। ଆଗାମୀ ମାସେ ମଧ୍ୟରେ ଫାଷ୍ଟଟ୍ୟାଗ ମାଧ୍ୟମରେ ୯୮% କାରବାର ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story