ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୧୯ ରେ ସାଧାରଣ ନିର୍ବାଚନ। ଏବେ ଲୋକଙ୍କ ପାଖରେ ପହଞ୍ଚିବାର ସମୟ। ନହଲେ ହାତରୁ ଖସି ଯାଇ ପାରେ ଭୋଟ୍। ଗୋଟେ ପଟେ ଭୂଇଁ କାମୁଡ଼ି ପଡ଼ିଥିବା ବିରୋଧୀମାନେ ଧୂଳିଝାଡ଼ି ହେଉଥିବା ବେଳେ ଅନ୍ୟ ପଟେ ସରକାର ବି ନିଜ ଖଣ୍ଡା ପଜାଇବା ଆରମ୍ଭ କଲେଣି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରତି ରାଜ୍ୟର ରାଜଧାନୀରେ କେନ୍ଦ୍ର ସରକାର ସେଣ୍ଟ୍ରାଲ ସେକ୍ରେଟାରିଏଟ୍(କେନ୍ଦ୍ରୀୟ ସଚିବାଳୟ) ସ୍ଥାପନ ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ରାଜଧାନୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ରାଜ୍ୟରେ ଯେଉଁ କେନ୍ଦ୍ର ସଚିବ ମାନେ ବସିବେ ସେମାନେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ।
ବିଭିନ୍ନ କେନ୍ଦ୍ରୀୟ ଯୋଜନା ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହୋଇଛି ସେ ବାବଦରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ପ୍ରସ୍ତୁତ କରିବେ। ବର୍ତ୍ତମାନ କେନ୍ଦ୍ର ସରକାର ଏଭଳି ଚିନ୍ତା କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଜଣେ ପଦସ୍ଥ ଅଧିକାରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରବଳ ଥଣ୍ଡାରେ ଚେତାଶୂନ୍ୟ ହୋଇପଡ଼ିଲେ ବର, ବିବାହ ଭାଙ୍ଗି ଦେଲେ କନିଆଁ
ପ୍ରବଳ ଥଣ୍ଡା ଏବଂ ଶୀତ ଲହରି ମଧ୍ୟରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡିଛି। ଥଣ୍ଡା ଯୋଗୁ ତାଙ୍କ ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି।
National
ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, କହିଲେ- ମୋତେ ରାହୁଲ ଗାନ୍ଧି ଠେଲିଦେଲେ
ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ।
National
ଲାଲୁ କହିଲେ- ଅମିତ ଶାହା ପାଗଳ ହୋଇଗଲେଣି
ଆମ୍ୱେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟିପ୍ପଣୀ ପରେ ଏହାକୁ ନେଇ ହଟ୍ଟଗୋଳ ଲାଗି ରହିଛି। ବିରୋଧୀ ଲଗାତର ତାଙ୍କୁ ଟାର୍ଗେଟ୍ କରୁଛନ୍ତି।
National
ବିଦ୍ୟୁତ୍ ମିଟର ଟାମ୍ପରିଂ: ସାଂସଦଙ୍କ ଘରେ ପଶିଲା ପୁଲିସ
ଆଜି ସକାଳୁ ପୁଲିସ ଫୋର୍ସ ସହ ବିଦ୍ୟୁତ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଖୋଳତାଡ଼ କରିଛନ୍ତି।
National
ପିଲାଙ୍କ ଅଣ୍ଡା ଚୋରି କରୁଛନ୍ତି ପ୍ରଧାନ ଶିକ୍ଷକ, ଆକ୍ସନ୍ ମୁଡ୍ରେ ଜିଲ୍ଲା ଶିକ୍ଷା ଅଧିକାରୀ
ପ୍ରଧାନ ଶିକ୍ଷକ ପିଲାଙ୍କ ପାଇଁ ଆସିଥିବା ଅଣ୍ଡା ଚୋରି କରି ବ୍ୟାଗ୍ରେ ଭର୍ତ୍ତି କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।