ସବୁ ରାଜ୍ୟ ରାଜଧାନୀରେ ରହିବ କେନ୍ଦ୍ରୀୟ ସଚିବାଳୟ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୧୯ ରେ ସାଧାରଣ ନିର୍ବାଚନ। ଏବେ ଲୋକଙ୍କ ପାଖରେ ପହଞ୍ଚିବାର ସମୟ। ନହଲେ ହାତରୁ ଖସି ଯାଇ ପାରେ ଭୋଟ୍। ଗୋଟେ ପଟେ ଭୂଇଁ କାମୁଡ଼ି ପଡ଼ିଥିବା ବିରୋଧୀମାନେ ଧୂଳିଝାଡ଼ି ହେଉଥିବା ବେଳେ ଅନ୍ୟ ପଟେ ସରକାର ବି ନିଜ ଖଣ୍ଡା ପଜାଇବା ଆରମ୍ଭ କଲେଣି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର  ଅନୁସାରେ ପ୍ରତି ରାଜ୍ୟର ରାଜଧାନୀରେ କେନ୍ଦ୍ର ସରକାର ସେଣ୍ଟ୍ରାଲ ସେକ୍ରେଟାରିଏଟ୍(କେନ୍ଦ୍ରୀୟ ସଚିବାଳୟ) ସ୍ଥାପନ ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ରାଜଧାନୀଗୁଡ଼ିକରେ ସୁରକ୍ଷା […]

cabinet_secretariat

Jagamohan Maharana
  • Published: Tuesday, 23 October 2018
  • , Updated: 23 October 2018, 09:52 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୧୯ ରେ ସାଧାରଣ ନିର୍ବାଚନ। ଏବେ ଲୋକଙ୍କ ପାଖରେ ପହଞ୍ଚିବାର ସମୟ। ନହଲେ ହାତରୁ ଖସି ଯାଇ ପାରେ ଭୋଟ୍। ଗୋଟେ ପଟେ ଭୂଇଁ କାମୁଡ଼ି ପଡ଼ିଥିବା ବିରୋଧୀମାନେ ଧୂଳିଝାଡ଼ି ହେଉଥିବା ବେଳେ ଅନ୍ୟ ପଟେ ସରକାର ବି ନିଜ ଖଣ୍ଡା ପଜାଇବା ଆରମ୍ଭ କଲେଣି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର  ଅନୁସାରେ ପ୍ରତି ରାଜ୍ୟର ରାଜଧାନୀରେ କେନ୍ଦ୍ର ସରକାର ସେଣ୍ଟ୍ରାଲ ସେକ୍ରେଟାରିଏଟ୍(କେନ୍ଦ୍ରୀୟ ସଚିବାଳୟ) ସ୍ଥାପନ ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ରାଜଧାନୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ରାଜ୍ୟରେ ଯେଉଁ କେନ୍ଦ୍ର ସଚିବ ମାନେ ବସିବେ ସେମାନେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ।

ବିଭିନ୍ନ କେନ୍ଦ୍ରୀୟ ଯୋଜନା ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହୋଇଛି ସେ ବାବଦରେ ଗ୍ରାଉଣ୍ଡ୍ ଜିରୋରୁ  ରିପୋର୍ଟ ପ୍ରସ୍ତୁତ କରିବେ। ବର୍ତ୍ତମାନ କେନ୍ଦ୍ର ସରକାର ଏଭଳି ଚିନ୍ତା କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଜଣେ ପଦସ୍ଥ ଅଧିକାରୀ କହିଛନ୍ତି।

Related story