୧୫୦ ଫୁଟ୍ ତଳେ ୨ ବର୍ଷର ଶିଶୁ, ୧୮ ଘଣ୍ଟା ପରେ ବି ହୋଇପାରିନି ଉଦ୍ଧାର

ଚଣ୍ଡିଗଡ: ପଞ୍ଜାବ ସଙ୍ଗରପୁର ଜିଲ୍ଲାରେ ଏକ ଦୁଇ ବର୍ଷର ଛୋଟ ଛୁଆ ୧୫୦ ଫୁଟ୍ ତଳକୁ ଖସି ପଡ଼ିଛି। ନଳକୂଅ ବସାଇବା ପାଇଁ ଏହି ୧୫୦ ଫୁଟର ଗଭୀର ଗାତ ଖୋଳାଯାଇଥିଲା। ଏହାରି ଭିତରେ ଛୋଟ ଛୁଆଟି ଖସି ପଡ଼ିଛି। ଘର ପାଖରେ ଖେଳୁଥିବା ବେଳେ ଫତେବୀର ଗତକାଲି ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ବୋରଓ୍ୱେଲ ଭିତରେ ଖସି ପଡ଼ିଥିବା ଜଣାପଡ଼ିଛି। ବୋରଓ୍ୱେଲଟି ଖୋଳାଯିବା ପରେ ଏକ କପଡ଼ା ଜରିଆରେ ଘୋଡ଼ାଯାଇଥିଲା ବୋଲି ଜଣାପଡ଼ିଛି। ପରିଣାମ […]

borewell

Subhransu Sekhar
  • Published: Friday, 07 June 2019
  • , Updated: 07 June 2019, 11:02 AM IST

ଚଣ୍ଡିଗଡ: ପଞ୍ଜାବ ସଙ୍ଗରପୁର ଜିଲ୍ଲାରେ ଏକ ଦୁଇ ବର୍ଷର ଛୋଟ ଛୁଆ ୧୫୦ ଫୁଟ୍ ତଳକୁ ଖସି ପଡ଼ିଛି। ନଳକୂଅ ବସାଇବା ପାଇଁ ଏହି ୧୫୦ ଫୁଟର ଗଭୀର ଗାତ ଖୋଳାଯାଇଥିଲା। ଏହାରି ଭିତରେ ଛୋଟ ଛୁଆଟି ଖସି ପଡ଼ିଛି।

ଘର ପାଖରେ ଖେଳୁଥିବା ବେଳେ ଫତେବୀର ଗତକାଲି ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ବୋରଓ୍ୱେଲ ଭିତରେ ଖସି ପଡ଼ିଥିବା ଜଣାପଡ଼ିଛି। ବୋରଓ୍ୱେଲଟି ଖୋଳାଯିବା ପରେ ଏକ କପଡ଼ା ଜରିଆରେ ଘୋଡ଼ାଯାଇଥିଲା ବୋଲି ଜଣାପଡ଼ିଛି। ପରିଣାମ ସ୍ୱରୂପ ଖେଳୁଥିବା ବେଳେ ଜାଣିନପାରି ଫତେବୀର ଗାତ ଭିତରେ ଗୋଡ଼ ପକାଇ ଦେଇଥିଲା। ଘଟଣାସ୍ଥଳରେ ଫତେବୀରର ମାଆ ଉପସ୍ଥିତ ଥିଲେ ମଧ୍ୟ ପୁଅକୁ ଉଦ୍ଧାର କରି ପାରିନଥିଲେ ବୋଲି ଜଣାପଡ଼ିଛି।

ଏହା ପରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ୧୫୦ ଫୁଟ୍ ତଳକୁ ଅମ୍ଳଜାନ ପହଞ୍ଚାଇବା ସହିତ ଖାଦ୍ୟ ପଠାଇବା ପାଇଁ ଉଦ୍ଧାରକାରୀ ଟିମ୍ ପ୍ରୟାସ କରୁଥିବା ଜଣାପଡ଼ିଛି।

ଜେସିବି ମେସିନ ଏବଂ ଟ୍ରାକ୍ଟର ସାହାଯ୍ୟରେ ବୋରଓ୍ୱେଲ ପାଖ ସ୍ଥାନରେ ଖୋଳା ଚାଲିଥିବା ଜଣାପଡ଼ିଛି। ଏବେ ବି ଗତକାଲି ସନ୍ଧ୍ୟା ପାଖରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି।

Related story