ଏମିତି ପ୍ରତିଶୋଧ, ଘରୁ ବାହାରିଲେ ଗୋଡ଼ାଉଛନ୍ତି କାଉ

ଭୋପାଲ: ଶିବ କେୱଟ୍‌ ନାମକ ଜଣେ ଦିନ ମଜୁରିଆ ଘରୁ ବାହାରିଲା ମାତ୍ରେ ଆକାଶକୁ ଅନେଇ ଅନେଇ ରାସ୍ତା ଚାଲନ୍ତି। ସେ ସାବଧାନ ଥା’ନ୍ତି ଯେମିତି ତାଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ନହୁଏ। ଏହା ଦିନେ କିମ୍ବା ଦୁଇ ଦିନର କଥା ନୁହେଁ, ବର୍ଷ ବର୍ଷ ଧରି ପଲ ପଲ କାଉ ବାହିନୀ ଏହି ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି। ବେଳେବେଳେ ଏକାକୀ ଲଢ଼ୁଆ କାଉ ତାଙ୍କୁ ଖୁମ୍ପି ଦେଇ ପଳାଇଥିବା ମଧ୍ୟ ତାଙ୍କର ଅନୁଭୂତି […]

crow

crow

Subrat Kumar Nayak
  • Published: Tuesday, 03 September 2019
  • Updated: 03 September 2019, 04:23 PM IST

Sports

Latest News

ଭୋପାଲ: ଶିବ କେୱଟ୍‌ ନାମକ ଜଣେ ଦିନ ମଜୁରିଆ ଘରୁ ବାହାରିଲା ମାତ୍ରେ ଆକାଶକୁ ଅନେଇ ଅନେଇ ରାସ୍ତା ଚାଲନ୍ତି। ସେ ସାବଧାନ ଥା’ନ୍ତି ଯେମିତି ତାଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ନହୁଏ। ଏହା ଦିନେ କିମ୍ବା ଦୁଇ ଦିନର କଥା ନୁହେଁ, ବର୍ଷ ବର୍ଷ ଧରି ପଲ ପଲ କାଉ ବାହିନୀ ଏହି ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି। ବେଳେବେଳେ ଏକାକୀ ଲଢ଼ୁଆ କାଉ ତାଙ୍କୁ ଖୁମ୍ପି ଦେଇ ପଳାଇଥିବା ମଧ୍ୟ ତାଙ୍କର ଅନୁଭୂତି ରହିଛି।

ଆଜ୍ଞା ହଁ ବିଶ୍ୱାସ ନ ହେଉଥିଲେ ମଧ୍ୟ ଶିବ ପ୍ରତିଦିନ ଘରୁ ବାହାରିବା ମାତ୍ରେ ଏଭଳି ଆକାଶ ମାର୍ଗରୁ ଆକ୍ରମଣର ମୁକାବିଲା କରନ୍ତି। ଆଉ ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ମଜାଦାର କଥାବସ୍ତୁ ପାଲଟିଛି। ଏଥିପାଇଁ ସେମାନେ ଶିବଙ୍କ ଘରୁ ବାହାରିବାକୁ ଅନେଇ ରହିଥା’ନ୍ତି।

ତେବେ ଏହା ପଛର କାରଣ ଆହୁରି ଦୁଃଖଦାୟକ। ଥରେ ତାର ଜାଲରେ ଫଶିଯାଇଥିବା ଏକ କାଉ ଛୁଆକୁ ଉଦ୍ଧାର କରିବାର ପ୍ରୟାସ କରିଥିଲେ ଶିବ। କିନ୍ତୁ ଦୁଃଖର କଥା ହେଉଛି ତାଙ୍କ ହାତରେ ହିଁ କାଉଟି ମରିଯାଇଥିଲା। ସେ କୁହନ୍ତି, ଯଦି ମୋ କଥା ସେମାନେ ବୁଝିପାରୁଥା’ନ୍ତେ ମୁଁ ବୁଝାଇଦେଇଥା’ନ୍ତି ଏଥିରେ ମୋର କିଛି ଦୋଷ ନାହିଁ। ମୁଁ ତ ଖାଲି ସାହାଯ୍ୟ କରୁଥିଲି। ବର୍ତ୍ତମାନ ହାତରେ ବାଡ଼ଟିଏ ଧରି ବୁଲୁଥିବା ଶିବ କେବେ ମଧ୍ୟ କାଉଙ୍କ ପରେ ଆକ୍ରମଣ କରିନାହାନ୍ତି। ସେ କୁହନ୍ତି ଏ ବାଡ଼ି କେବଳ ଡରାଇବା ପାଇଁ। ତେବେ ଯେଉଁଦିନ କାଉ ଛୁଆଟି ମରିଯାଇଥିଲା ସେ ସେମାନଙ୍କୁ ଜଣାଇବା ପାଇଁ କାଉ ଛୁଆଟିକୁ ହାତରେ ଧରି ବୁଲିଥିଲେ। କାଉମାନେ କିନ୍ତୁ ସମ୍ଭବତଃ ଭାବିଥିଲେ ଏ ଲୋକ ହିଁ ମାରିଛି।

ଗାଁ ଲୋକେ କୁହନ୍ତି, ଏହା ପରଠାରୁ ଶିବଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି। କାଉବାହିନୀଙ୍କ ଆକ୍ରମଣରେ ସେ ଅନେକ ଥର ଆହତ ମଧ୍ୟ ହୋଇଥା’ନ୍ତି। ବେଳେ ବେଳେ ଆକ୍ରମଣ ଏମିତି ହୋଇଥାଏ ସତେଯେମିତି ତାଙ୍କ ଉପରକୁ ଯୁଦ୍ଧ ବିମାନ ସବୁ ମାଡ଼ି ଆସୁଛନ୍ତି। ଆଉ କେହି କେହି କୁହନ୍ତି, ନାଗ ଏବଂ ହାତୀର ପ୍ରତିଶୋଧ କଥା ଆଗରୁ ଶୁଣିଥିଲୁ ପ୍ରଥମ ଥର କାଉ ଏପରି ପ୍ରତିଶୋଧ ନେଉଛନ୍ତି। ସୂଚନାଯୋଗ୍ୟ ଯେ, କାଉ ଗୋଷ୍ଠୀରୁ ଗୋଟିଏ କାଉ ମଧ୍ୟ କୌଣସି କାରଣରୁ ପ୍ରାଣ ହରାଇଲେ ଏମାନେ ଏକାଠି ହୋଇ ସ୍ଥାନୀୟ ଅଞ୍ଚଳ କମ୍ପାଇ ଦିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story