ନୂଆଦିଲ୍ଲୀ: ଫ୍ରାନ୍ସ ସହ ହୋଇଥିବା ରାଫେଲ ଡିଲ୍କୁ ନେଇ ହୋଇଥିବା ଏକାଧିକ ରିଭ୍ୟୁ ପିଟିସନ୍ର ଶୁଣାଣି ଆସନ୍ତା ବୁଧବାର ସୁପ୍ରିମକୋର୍ଟରେ ହେବ। ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ରାଫେଲ ଯୁଦ୍ଧ ବିମାନ୍ ଡିଲ୍ର ଶୁଣାଣି କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ।
ତେବେ କେନ୍ଦ୍ର ସରକାର ଭୁଲ ସତ୍ୟପାଠ ଦେଇଥିବାରୁ ସୁପ୍ରିମକୋର୍ଟ ରାଫେଲ୍ ଡିଲ୍କୁ କ୍ଲିନ୍ଚିଟ୍ ଦେଇଥିବା ଅଭିଯୋଗ କରି ଏକାଧିକ ପିଟିସନ୍ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ପୂର୍ବତନ ଏନ୍ଡିଏ ମନ୍ତ୍ରୀ ଯଶବନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ସମେତ ବରିଷ୍ଠ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣ ଓ ଆପ୍ ନେତା ସଞ୍ଜୟ ସିଂହ ସୁପ୍ରିମକୋର୍ଟ ନିଜ ରାୟର ପୁଣିଥରେ ସମୀକ୍ଷା କରନ୍ତୁ ବୋଲି ଦାବି କରି ପିଟିସନ୍ ଦାଏର କରିଥିଲେ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କଲେ ଆତଙ୍କବାଦୀ, ଏନକାଉଣ୍ଟର ଜାରି
ଏନକାଉଣ୍ଟରରେ ଜମ୍ମୁ-କଶ୍ମୀର ପୁଲିସ ସହ ସ୍ଥଳନ ସେନା ଓ ସିଆରପିଏଫ ଯବାନମାନେ ସାମିଲ ରହିଛନ୍ତି।
Crime
ପୂରା ପରିବାର ନିଶ୍ଚିହ୍ନ: ବାପା-ମା’ଙ୍କ ସହ ୩ ପିଲାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର
ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳି ନଥିଲା। ପୁଲିସ୍ ଭାବୁଥିଲା ଯେ ନିଜ ହାତରେ ବ୍ୟକ୍ତି ଜଣଙ୍କ ନିଜ ସଂସାରକୁ ଉଜାଡ଼ି ଦେଇଛନ୍ତି। ହେଲେ କିଛି ଘଣ୍ଟା ପରେ ଗୋଟିଏ ନିର୍ମାଣଧୀନ କୋଠାରୁ ବ୍ୟକ୍ତିଙ୍କ ଗୁଳି ବିଦ୍ଧ ମୃତଦେହ ମିଳିବା ପରେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।
National
କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ ଓ ପୁଅଙ୍କ ନାଁରେ ରୁଜୁ ହେଲା ଏଫଆଇଆର
ଆଇପିଏସ୍ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଏଫଆଇଆର ପଞ୍ଜିକୃତ କରିଛି।
Politics
ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ, ୨୦ ଯାଏ ଚାଲିବ
୨୫ରୁ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହାର ଦ୍ୱିତୀୟ ଦିନ ଅର୍ଥାତ ନଭେମ୍ବର ୨୬ ବା ସମ୍ବିଧାନ ଦିବସରେ କେନ୍ଦ୍ରୀୟ ହଲ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
National
ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଡିଜିପି ହେଲେ ସଞ୍ଜୟ କୁମାର ବର୍ମା
୧୯୯୦ ବ୍ୟାଚ୍ର ଆଇପିଏସ ସଞ୍ଜୟ କୁମାର ବର୍ମାଙ୍କୁ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ବା ଡିଜିପି ଭାବେ ନିଯୁକ୍ତି ମିଳିଛି।