୨୬/୧୧ ହମଲାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୁରସ୍କାର ଘୋଷଣା କଲା ଆମେରିକା

ୱାଶିଂଟନ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାର ୧୨ ବର୍ଷ ପରେ ଘଟଣାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ପୁରୁସ୍କାର ଘୋଷଣା କରିଛି। ଲସ୍କ-ଇ-ତୋଏବାର ଆତଙ୍କବାଦୀ ସାଜିଦ ମୀର ସମ୍ପର୍କରେ ଯିଏ ବି ସୂଚନା ଦେବ, ତା’କୁ ଆମେରିକା ପ୍ରଶାସନ ୫ ମିଲିୟନ ଡଲାର ଦେବ ବୋଲି କହିଛି। ଆମେରିକାର ରିୱାର୍ଡ ଫର ଜଷ୍ଟିସ ପ୍ରୋଗ୍ରାମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସାଜିଦ ମୀର ହେଉଛି ପାକିସ୍ତାନରେ ଅବସ୍ଥାପିତ ଆତଙ୍କୀ ସଂଗଠନ ଲସ୍କରର ବରିଷ୍ଠ […]

h

Hemant Lenka
  • Published: Saturday, 28 November 2020
  • , Updated: 28 November 2020, 01:17 PM IST

ୱାଶିଂଟନ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାର ୧୨ ବର୍ଷ ପରେ ଘଟଣାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ପୁରୁସ୍କାର ଘୋଷଣା କରିଛି। ଲସ୍କ-ଇ-ତୋଏବାର ଆତଙ୍କବାଦୀ ସାଜିଦ ମୀର ସମ୍ପର୍କରେ ଯିଏ ବି ସୂଚନା ଦେବ, ତା’କୁ ଆମେରିକା ପ୍ରଶାସନ ୫ ମିଲିୟନ ଡଲାର ଦେବ ବୋଲି କହିଛି।

ଆମେରିକାର ରିୱାର୍ଡ ଫର ଜଷ୍ଟିସ ପ୍ରୋଗ୍ରାମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସାଜିଦ ମୀର ହେଉଛି ପାକିସ୍ତାନରେ ଅବସ୍ଥାପିତ ଆତଙ୍କୀ ସଂଗଠନ ଲସ୍କରର ବରିଷ୍ଠ ସଦସ୍ୟ। ସେ ୨୦୦୮ ମସିହା ମୁମ୍ବାଇ ଆକ୍ରମଣରେ ସାମିଲ ଥିଲା। ସେ ଯେଉଁ ଦେଶରେ ରହିଥିଲେ ହେଁ ତା’ ବିଷୟରେ ସୂଚନା ଦେଇ ଗିରଫ କରିବାରେ ସହାୟତା କଲା ସଂପୃକ୍ତ ଦେଶ, ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଆମେରିକା ପକ୍ଷରୁ ୫ ମିଲିୟନ ଡଲାର ଦିଆଯିବ।

ମୁମ୍ବାଇ ଆକ୍ରମଣ ପାଇଁ ସାଜିଦ ଅପରେସନ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲା। କେମିତି ଆକ୍ରମଣ ହେବ ଓ ଏହାକୁ କେମିତି ରୂପରେଖ ଦିଆଯିବ, ସେ ବିଷୟରେ ସବୁ ବ୍ୟବସ୍ଥା ମୀର କରିଥିଲା। ଆକ୍ରମଣ ସମୟରେ ସେ ଆତଙ୍କବାଦୀଙ୍କ ସହ କଥା ହେଉଥିଲା। ପଣବନ୍ଦୀଙ୍କୁ ହତ୍ୟା କରିବା, କଠୋରୀରେ ନିଆଁ ଲଗାଇବା ଓ ଗ୍ରେନେଡ ମାଡ଼ କରିବାକୁ ସେ ହିଁ ଆତଙ୍କୀଙ୍କୁ ନିର୍ଦ୍ଦେଶ ଦେଉଥିଲା।

ଖାଲି ସେତିକି ନୁହେଁ, ପଣବନ୍ଦୀଙ୍କ ମୁଣ୍ଡ ଜାମିନ ରଖି ସେ ଗିରଫ ହୋଇଥିବା ଜଣେ ଆକ୍ରମଣକାରୀକୁ ଛାଡ଼ିବାକୁ ମଧ୍ୟ କହିଥିଲା। ୨୦୧୧ ମସିହା ଏପ୍ରିଲ ୨୨ରେ ମୀର ନାଁରେ ୱାରେଣ୍ଟ ଜାରି କରାଯାଇଥିଲା। ସେହିପରି ୨୦୧୯ରେ ତା’ ନାଁ ଏଫବିଆଇର ମୋଷ୍ଟ ୱାଣ୍ଟେଡ ତାଲିକାରେ ସାମିଲ ହୋଇଥିଲା।

Related story