୨୮ ଦିନ ପରେ ଜେଲରୁ ମୁକୁଳିଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ କାରବାରରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଶେଷରେ ଜେଲ୍‌ରୁ ମୁକୁଳିଛନ୍ତି। ତାଙ୍କୁ ସେପ୍ଟେମ୍ବର ୮ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଗିରଫ କରିଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ରିୟାଙ୍କୁ ବାଇକୁଲା ଜେଲ୍‌କୁ ପଠାଇ ଦିଆଯାଇଥିଲା। ସେଠାରେ ୨୮ ଦିନ ରହିବା ପରେ ଆଜି ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ମିଳିବା ପରେ ରିୟା ଆଜି ଅପରାହ୍ନରେ ବାଇକୁଲା ଜେଲ୍‌ରୁ ବାହାରକୁ ଆସିଥିଲେ। ଏହାପରେ ସେ ତୁରନ୍ତ […]

u

Hemant Lenka
  • Published: Wednesday, 07 October 2020
  • , Updated: 07 October 2020, 07:37 PM IST

ମୁମ୍ବାଇ: ଡ୍ରଗ୍ସ ଲିଙ୍କ କାରବାରରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଶେଷରେ ଜେଲ୍‌ରୁ ମୁକୁଳିଛନ୍ତି। ତାଙ୍କୁ ସେପ୍ଟେମ୍ବର ୮ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଗିରଫ କରିଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ରିୟାଙ୍କୁ ବାଇକୁଲା ଜେଲ୍‌କୁ ପଠାଇ ଦିଆଯାଇଥିଲା।

ସେଠାରେ ୨୮ ଦିନ ରହିବା ପରେ ଆଜି ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ମିଳିବା ପରେ ରିୟା ଆଜି ଅପରାହ୍ନରେ ବାଇକୁଲା ଜେଲ୍‌ରୁ ବାହାରକୁ ଆସିଥିଲେ। ଏହାପରେ ସେ ତୁରନ୍ତ ନିଜ ବାସଭବନକୁ ଚାଲି ଯାଇଥିଲେ। ରିୟା ଜେଲ୍‌ରୁ ବାହାରିବାକୁ ଥିବାରୁ ବାଇକୁଲା ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମିଥିଲା।

କିଛି ମିଡିଆ ଚ୍ୟାନେଲ ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ। ହେଲେ ରିୟା ଜେଲରୁ ବାହାରି ସିଧା କାର୍‌ରେ ବସିଥିଲେ। ପୁଲିସ୍‌ କର୍ଡନ କରି ତାଙ୍କୁ ବାସଭବନ ନିକଟରେ ପହଞ୍ଚାଇଥିଲା। ରିୟାଙ୍କୁ ଏନସିବି ଓ ସିବିଆଇ ଜେରା କରିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଭିଡ଼ କରୁଥିଲେ। ଏପରି କି ରିୟା ଘରକୁ ସିବିଆଇ କିମ୍ବା ଏନସିବି ଅଫିସ ଆସିଲା ବେଳେ, ମିଡିଆ ଚ୍ୟାନେଲଗୁଡ଼ିକ ତାଙ୍କ ପିଛା କରୁଥିଲେ।  ହେଲେ ଆଜି ପୁଲିସ୍‌ ରିୟାଙ୍କୁ ଜାମିନ ମିଳିବା ପରେ ସମସ୍ତ ଗଣମାଧ୍ୟମକୁ କାର୍‌ର ପିଛା ନ କରିବାକୁ ସତର୍କ କରାଇଥିଲା। ଏହି କାରଣରୁ କେହି ବି ତାଙ୍କ କାର୍‌ର ପିଛା କରି ନଥିଲେ।

ରିୟାଙ୍କୁ ଜାମିନ ମିଳିବା ପରେ ତାଙ୍କ ଓକିଲ ସତୀଶ ମାନସିନ୍ଧେ କହିଥିଲେ, “ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ଦେଇଥିବାରୁ ଆମେ ବହୁତ ଖୁସି। ସତ୍ୟ ଓ ନ୍ୟାୟର ବିଜୟ ହୋଇଛି। ତଥ୍ୟ ଓ ପ୍ରମାଣକୁ ଜଷ୍ଟିସ ସାରଙ୍ଗ ଭି କୋଟୱାଲ ଗ୍ରହଣ କରିଛନ୍ତି। ରିୟାଙ୍କୁ ଗିରଫ କରିବା ଓ ଜେଲ ପଠାଇ ଆଇନ ବାହାରେ କାର୍ଯ୍ୟ କରାଯାଇଥିଲା। ସିବିଆଇ, ଇଡି ଓ ଏନ୍‌ସିବି ମିଳିତ ଭାବେ ରିୟାଙ୍କୁ ହଇରାଣ କରୁଥିଲେ। ହେଲେ ଏବେ ସବୁଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆମେ ସବୁବେଳେ ସତ୍ୟର ସହ ରହିଛୁ। ସତ୍ୟ ମେବ ଜୟତେ।”

Related story