କର୍ପୋରେଟ୍‌ ଟିକସ ହ୍ରାସ ଧନୀଙ୍କୁ ଫାଇଦା ଦେବ: ଶିବଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ପୋରେଟ୍‌ ଟିକସ ହ୍ରାସ କରିବା ପରେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ୍‌ ଏଡାର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ନିଷ୍ପତ୍ତି ଧନୀଙ୍କୁ ସୁହାଇବ ଏବଂ ଗରିବଙ୍କ ନିଜ କଥା ନିଜେ ବୁଝିବାକୁ ଛାଡ଼ି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ସରକାର ଶୁକ୍ରବାର କର୍ପୋରେଟ୍‌ ଟ୍ୟାକ୍ସରେ ୧୦% ହ୍ରାସ କରି ୨୫.୧୭%କୁ ହ୍ରାସ କରାଇଥିଲେ। ସେହିଭଳି ନୂଆ ଉତ୍ପାଦନ ଫାର୍ମ ପାଇଁ ଟକିସ ହାର ୧୭.୦୧%କୁ ହ୍ରାସ କରାଯାଇଥିଲା। ଏହା ଫଳରେ […]

sival

Subrat Kumar Nayak
  • Published: Saturday, 21 September 2019
  • , Updated: 21 September 2019, 05:12 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ପୋରେଟ୍‌ ଟିକସ ହ୍ରାସ କରିବା ପରେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ୍‌ ଏଡାର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ନିଷ୍ପତ୍ତି ଧନୀଙ୍କୁ ସୁହାଇବ ଏବଂ ଗରିବଙ୍କ ନିଜ କଥା ନିଜେ ବୁଝିବାକୁ ଛାଡ଼ି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ସରକାର ଶୁକ୍ରବାର କର୍ପୋରେଟ୍‌ ଟ୍ୟାକ୍ସରେ ୧୦% ହ୍ରାସ କରି ୨୫.୧୭%କୁ ହ୍ରାସ କରାଇଥିଲେ। ସେହିଭଳି ନୂଆ ଉତ୍ପାଦନ ଫାର୍ମ ପାଇଁ ଟକିସ ହାର ୧୭.୦୧%କୁ ହ୍ରାସ କରାଯାଇଥିଲା। ଏହା ଫଳରେ ନିବେଶ ବୃଦ୍ଧି ହେବ ଏବଂ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଥିଲା। ମୋଟ ଉପରେ କହିଲେ ଅର୍ଥନୀତିକ ସୁଧାର ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା।

ତେବେ ଏହାକୁ ସମାଲୋଚନା କରି ଶିବଲ୍‌ କହିଛନ୍ତି, ହାୱଡି ମୋଦି ଏବଂ କର୍ପୋରେଟ୍‌ ଦୀପାବଳି ଚାଲିଛି। ଗରିବଙ୍କ ପାଇଁ ଦୀପାବଳି କେବେ ଆସିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, କର୍ପୋରେଟ୍‌ ହାଉସ୍‌ଗୁଡ଼ିକ ହାତକୁ ଟଙ୍କା ଆସିଲେ କିଛି ହେବନି। ଗ୍ରାମୀଣ ଲୋକଙ୍କ ହାତରେ ଅଧିକ ଟଙ୍କା ଆସିଲେ ସେମାନଙ୍କ କ୍ରୟ ଶକ୍ତି ବୃଦ୍ଧି ହେବ। ଏବେ କିନ୍ତୁ ଧନୀଙ୍କୁ ଫାଇଦା ହେଉଛି, ଗରିବଙ୍କୁ ନିଜ କଥା ବୁଝିବାକୁ ଛାଡ଼ିଦିଆଯାଇଛି।

Related story