ରିଓ ଅଲିମ୍ପିକରେ ସାମ୍ବାଦିକଙ୍କ ବସ୍ ଉପରକୁ ଗୁଳିମାଡ଼

ରିଓ ଡି ଜେନେରିଓ: ରିଓ ଅଲିମ୍ପିକରେ ସାମ୍ବାଦିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରକୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଫଳରେ ଗାଡ଼ିର ଝରକା କାଚ ଭାଙ୍ଗିଯିବା ସହ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ରିଓ ଅଲିମ୍ପିକ ବାସ୍କେଟବଲ ଷ୍ଟାଡିୟମରୁ ମୁଖ୍ୟ ଅଲିମ୍ପିକ ପଡ଼ିଆକୁ ଯାଉଥିବା ଏହି ବସ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳା ଯାଇଥିଲା। ଗତ ଶନିବାର ମଧ୍ୟ ଏଭଳି ଏକ ଗୁଳିକାଣ୍ଡ ଘଟିଥିଲା। ସ୍ଥାନୀୟ କିଛି ଅସାମାଜିକ ବ୍ୟକ୍ତି ଇକେଷ୍ଟ୍ରିଆନ୍‌ […]

rio olympics

Rakesh Mallick
  • Published: Wednesday, 10 August 2016
  • , Updated: 04 May 2017, 03:44 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକରେ ସାମ୍ବାଦିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରକୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଫଳରେ ଗାଡ଼ିର ଝରକା କାଚ ଭାଙ୍ଗିଯିବା ସହ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ରିଓ ଅଲିମ୍ପିକ ବାସ୍କେଟବଲ ଷ୍ଟାଡିୟମରୁ ମୁଖ୍ୟ ଅଲିମ୍ପିକ ପଡ଼ିଆକୁ ଯାଉଥିବା ଏହି ବସ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳା ଯାଇଥିଲା।

ଗତ ଶନିବାର ମଧ୍ୟ ଏଭଳି ଏକ ଗୁଳିକାଣ୍ଡ ଘଟିଥିଲା। ସ୍ଥାନୀୟ କିଛି ଅସାମାଜିକ ବ୍ୟକ୍ତି ଇକେଷ୍ଟ୍ରିଆନ୍‌ ସେଣ୍ଟର ନିକଟରେ  ଗୁଳିମାଡ଼ କରିଥିଲେ। ସେଠାରେ ମଧ୍ୟ ସାମ୍ବାଦିକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

Related story