ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ

ପାଟନା: ସୋମବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନୀତୀଶ କୁମାର। ରବିବାର ଏନଡିଏର ବୈଠକ ବସିଥିଲା। ଏହି ବୈଠକରେ ଏନଡିଏ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି। ଏହାପରେ ବିରୋଧୀ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜେଡିୟୁ ମାତ୍ର ୪୩ଟି ଆସନରେ ବିଜୟୀ ହୋଇଛି। ବିଜେପି ୭୪ଟି ଆସନରେ ବିଜୟୀ ହୋଇଛି। ଏନଡିଏରେ ବିଜେପିକୁ ଅଧିକ ଆସନ ମିଳିଛି। ତେଣୁ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ନେଇ ବିରୋଧୀ ଆରଜେଡି ପ୍ରଶ୍ନ ଉଠାଇଛି। […]

nitish-sushil

Subhransu Sekhar
  • Published: Sunday, 15 November 2020
  • , Updated: 16 November 2020, 11:31 AM IST

ପାଟନା: ସୋମବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନୀତୀଶ କୁମାର। ରବିବାର ଏନଡିଏର ବୈଠକ ବସିଥିଲା। ଏହି ବୈଠକରେ ଏନଡିଏ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି। ଏହାପରେ ବିରୋଧୀ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜେଡିୟୁ ମାତ୍ର ୪୩ଟି ଆସନରେ ବିଜୟୀ ହୋଇଛି। ବିଜେପି ୭୪ଟି ଆସନରେ ବିଜୟୀ ହୋଇଛି।

ଏନଡିଏରେ ବିଜେପିକୁ ଅଧିକ ଆସନ ମିଳିଛି। ତେଣୁ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ନେଇ ବିରୋଧୀ ଆରଜେଡି ପ୍ରଶ୍ନ ଉଠାଇଛି। ଏହାପରେ କଂଗ୍ରେସ ମଧ୍ୟ ଆରଜେଡି ସହିତ ସ୍ୱର ମିଳାଇଛି।

ଏନଡିଏ ବିହାର ବିଧାନସଭାର ନେତା ଭାବରେ ନୀତୀଶଙ୍କ ନାମ ଘୋଷଣା କରିଛି। ଏହାପରେ ରାଜ୍ୟପାଳଙ୍କୁ ଭେଟି ନୀତୀଶ ସରକାର ଗଠନ ପାଇଁ ଦାବି କରିଛନ୍ତି। ସୋମବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ଆସନ ପାଇଁ ସୁଶୀଲ ମୋଦି ହିଁ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି।

ଆରଜେଡି ସାଂସଦ ମନୋଜ ଝା’ କହିଛନ୍ତି, ଜଣେ ୪୦ଟି ଆସନରେ ବିଜୟୀ ହୋଇ କେମିତି ମୁଖ୍ୟମନ୍ତ୍ରୀ ଆସନରେ ବସିବେ? ଜନାଦେଶ ନୀତୀଶଙ୍କ ବିରୋଧରେ ଯାଇଛି। ସେ ଧ୍ୱଂସ ହୋଇ ସାରିଛନ୍ତି। ବିହାର ବିକଳ୍ପ ପାଇବ, ଏଥିପାଇଁ ସମୟ ଲାଗିପାରେ। ହେଲେ ବିକଳ୍ପ ପାଇବ ସୁନିଶ୍ଚିତ।

https://twitter.com/ANI/status/1327850927747809280

ଆରେଜେଡିର ଏହି ମନ୍ତବ୍ୟକୁ ମଧ୍ୟ କଂଗ୍ରେସ ସମର୍ଥନ କରିଛି। କଂଗ୍ରେସ କହିଛି ବିହାର କି ଏନଡିଏର ନେତୃତ୍ୱ ନେଇ ନାହାନ୍ତି। ପୂର୍ବରୁ ନୀତୀଶ ବିହାରର ନେତୃତ୍ୱ ଭଲ ଭାବରେ ନେଇଥିଲେ। ହେଲେ ଏବେ ନୀତୀଶ ବିଜେପି ପାଇଁ ଦୁର୍ବଳ ହୋଇ ଯାଇଛନ୍ତି ବୋଲି କଂଗ୍ରେସ ନେତା ତାରିକ ଅନଓ୍ୱର କହିଛନ୍ତି।

ସୂଚନାଯୋଗ୍ୟ, ବିହାର ନିର୍ବାଚନରେ ମୋଟ୍ ୨୪୩ ଆସନରୁ ଏନଡିଏକୁ ୧୨୫ଟି ଆସନ ମିଳିଥିବା ବେଳେ ମହାମେଣ୍ଟ (୧୦ଟି ଦଳ)କୁ ଏକାକୀ ୧୧୦ଟି ଆସନ ମିଳିଛି। ତେବେ ନିର୍ବାଚନ ପୂର୍ବରୁ ଏନଡିଏର ନିଷ୍ପତ୍ତି ହୋଇଥିଲା ନୀତୀଶ ହିଁ ଏନଡିଏର ଚେହେରା। ଆଉ ବିଜେପି ଏଠାରେ ପ୍ରତିଶ୍ରୁତି ପାଳନ କରିଛି।

Related story