ସୁଧୁରୁଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା; ଖେଚୁଡ଼ି ଖାଇଲେ, କଥା ହେଲେ

ନୂଆଦିଲ୍ଲୀ:  ସିଡିରୁ ପଡ଼ି ଗୁରୁତର ହୋଇ ପଡ଼ିଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି।  ଦିଲ୍ଲୀ AIIMS ରେ ଚିକିତ୍ସାଧୀନ ଥିବା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବ ଅପେକ୍ଷା ଭଲ ଅଛି। ଗୁରୁବାର ସେ  ଖେଚୁଡ଼ି ଖାଇବା ସହ ଲୋକଙ୍କ ସହ କଥା ହୋଇଥିବା ଜଣାଯାଇଛି। ତେବେ ଡାକ୍ତରମାନେ ତାଙ୍କୁ ବେଶି କଥାବାର୍ତ୍ତା ହେବାକୁ ବାରଣ କରିଛନ୍ତି। ଲାଲୁଙ୍କ ସହ ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ଭୋଲା ଯାଦବ […]

lalu

lalu

Niharika Rout
  • Published: Friday, 08 July 2022
  • Updated: 08 July 2022, 12:30 PM IST

ନୂଆଦିଲ୍ଲୀ:  ସିଡିରୁ ପଡ଼ି ଗୁରୁତର ହୋଇ ପଡ଼ିଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି।  ଦିଲ୍ଲୀ AIIMS ରେ ଚିକିତ୍ସାଧୀନ ଥିବା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବ ଅପେକ୍ଷା ଭଲ ଅଛି।

ଗୁରୁବାର ସେ  ଖେଚୁଡ଼ି ଖାଇବା ସହ ଲୋକଙ୍କ ସହ କଥା ହୋଇଥିବା ଜଣାଯାଇଛି। ତେବେ ଡାକ୍ତରମାନେ ତାଙ୍କୁ ବେଶି କଥାବାର୍ତ୍ତା ହେବାକୁ ବାରଣ କରିଛନ୍ତି। ଲାଲୁଙ୍କ ସହ ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ଭୋଲା ଯାଦବ ଉପସ୍ଥିତ ଅଛନ୍ତି। ଲାଲୁ ଯାଦବଙ୍କ ଶରୀରରୁ ଅକ୍ସିଜେନ ସପୋର୍ଟକୁ ହଟାଇ ଦିଆଯାଇଛି। ମାତ୍ର କେବଳ ଶୋଇବା ସମୟରେ ତାଙ୍କୁ ଏହା ପ୍ରଦାନ କରାଯାଉଛି। ଏହିପରି ଭାବେ ଆରୋଗ୍ୟ ଲାଭ କଲେ ଖୁବ୍‌ ଶୀଘ୍ର ତାଙ୍କୁ ଆଇସିୟୁରୁ ନର୍ମାଲ ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଏମ୍ସ ସୂତ୍ରରୁ ପ୍ରକାଶ।

ଶୁକ୍ରବାର ଲାଲୁଙ୍କ ଝିଅ ମିସା ଭାରତୀ ତାଙ୍କ ପିତାଙ୍କ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିବା ବେଳେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏନେଇ ସେ ଟ୍ୱିଟ କରି ଲେଖିଛନ୍ତି, ଆପଣମାନଙ୍କ ପ୍ରାର୍ଥନା ଓ ଏମ୍ସ ଦିଲ୍ଲୀ ଡାକ୍ତରଙ୍କ ଭଲ ଚିକିତ୍ସା ଯୋଗୁ ଲାଲୁ ଯାଦବଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ହୋଇଛି।  ଏବେ ସେ ବେଡରେ ଉଠି ବସି ପାଉଛନ୍ତି। ସାହାରା ପାଇଲେ ଛିଡ଼ା ହୋଇ ପାରୁଛନ୍ତି।  ଦୟା କର ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଏଥିସହ ସେ କହିଛନ୍ତି, ସବୁ କଠିନ ସ୍ଥିତି ସହ ଲଢ଼ି ବାହାରକୁ ଆସିବା କଳା ତାଙ୍କଠୁ ଅଧିକ ଭଲ ଭାବେ କାହାକୁ ଜଣା ନାହିଁ।

ଏହା ପୂର୍ବରୁ ଗୁରୁବାର ରାତିରେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ  ଟ୍ୱିଟ କରି ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ବେଳେ କୌଣସି ପ୍ରକାରର ଗୁଜବ ପ୍ରଚାର ନ କରିବାକୁ  ନିବେଦନ କରିଥିଲେ ।

ଗତ ରବିବାର ରାବଡି ଦେବୀଙ୍କ ସରକାରୀ ବାସ ଭବନ ସିଡ଼ିରୁ ଲାଲୁ ଗଳି ପଡିଥିଲେ । ଏହାପରେ ତାଙ୍କ କାନ୍ଧ ହାଡ ଭାଙ୍ଗି ଯାଇଥିବା ବେଳେ  ଶରୀରର ଅନ୍ୟ ଭାଗରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା।  ସୋମବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପାଟନାର ପାରସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ପାରସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହସ୍ପିଟାଲ ଯାଇ ଲାଲୁଙ୍କୁ ଭେଟିଥିଲେ। ଏଥିସହ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ। ଏବେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବାରୁ ତାଙ୍କ ସମର୍ଥକମାନେ ବେଶ୍‌ ଖୁସି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos