ଜଳିଗଲା ମୁମ୍ବାଇର ପ୍ରସିଦ୍ଧ ଆର.କେ. ଷ୍ଟୁଡିଓ

ମୁମ୍ବାଇ: ଜଳିଗଲା ମୁମ୍ବାଇର ପ୍ରସିଦ୍ଧ ଆର.କେ. ଷ୍ଟୁଡିଓ। ଆଜି ଅପରାହ୍ନରେ  ଷ୍ଟୁଡିଓରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ଷ୍ଟୁଡିଓଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି। ଟିଭି ସୋ’ ସୁପର ଡ୍ୟାନ୍ସର ସେଟ୍‌ରୁ ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ସେହି ସମୟରେ ଷ୍ଟୁଡିଓରେ କୌଣସି କ୍ର୍ୟୁ ସଦସ୍ୟ ନ ଥିବାରୁ କେହି ମୃତାହତ ହୋଇଥିବା ଖବର ଆସି ନାହିଁ । ନିଆଁର ଭୟାବହତା ଏତେ ତୀବ୍ର ଥିଲା ଯେ, ୬ଟି ଦମକଳ ଗାଡି ଓ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 08:02 PM IST

Sports

Latest News

ମୁମ୍ବାଇ: ଜଳିଗଲା ମୁମ୍ବାଇର ପ୍ରସିଦ୍ଧ ଆର.କେ. ଷ୍ଟୁଡିଓ। ଆଜି ଅପରାହ୍ନରେ  ଷ୍ଟୁଡିଓରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ଷ୍ଟୁଡିଓଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି। ଟିଭି ସୋ’ ସୁପର ଡ୍ୟାନ୍ସର ସେଟ୍‌ରୁ ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ସେହି ସମୟରେ ଷ୍ଟୁଡିଓରେ କୌଣସି କ୍ର୍ୟୁ ସଦସ୍ୟ ନ ଥିବାରୁ କେହି ମୃତାହତ ହୋଇଥିବା ଖବର ଆସି ନାହିଁ । ନିଆଁର ଭୟାବହତା ଏତେ ତୀବ୍ର ଥିଲା ଯେ, ୬ଟି ଦମକଳ ଗାଡି ଓ ୫ଟି ପାଣି ଟାଙ୍କି ନିଆଁକୁ ଆୟତ୍ତ କରିଥିଲା ଏହି ଷ୍ଟୁଡିଓକୁ ରାଜ କପୁର ୧୯୪୮ମସିହାରେ ସ୍ଥାପନ କରିଥିଲେ। ଏହି ଷ୍ଟୁଡିଓରେ ପ୍ରଥମ ସିନେମାର ‘ଆଗ’ ସୁଟିଂ ହୋଇଥିଲା। ପରେ  ଏହି ଷ୍ଡୁଡିଓରେ ବରସାତ,ଆବାରା ଆଦି ସୁଟିଂ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos