ପଦାକୁ ଆସିଲା ରୋହିତ ବେମୁଲାଙ୍କ ମୃତ୍ୟୁ ପୂର୍ବର ଭିଡିଓ

ନୂଆଦିଲ୍ଲୀ: ହାଇଦ୍ରାବଦ୍‌ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ବେମୁଲାଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ପଦାକୁ ଆସିଛି। ଏଥିରେ ସେ ନିଜକୁ ଦଳିତ ବୋଲି କହୁଛନ୍ତି।

ରୋହିତଙ୍କ ମୃତ୍ୟୁ ଘଟଣା ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା କମିଟି ଗତ ସପ୍ତାହ ରିପୋର୍ଟ ଦେଇଥିଲେ। ଏଥିରେ ରୋହିତ ଦଳିତ ନ ଥିବା ଦର୍ଶା ଯାଇଛି। ରୋଡିତଙ୍କ ଭିଡିଓ ପଦାକୁ ଆସିବା ପରେ କମିଟିର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରୋହିତ କରିଥିବା ତାଙ୍କ ୨ ମିନିଟ୍‌ର ଭିଡିଓରେ କହିଛନ୍ତି,“ଜୟ ଭିମ, ମୋ ନାଁ ରୋହିତ ବେମୁଲା। ମୁଁ ଜଣେ ଦଳିତ। ମୋ ଘର ଗଣ୍ଟୁର ଜିଲ୍ଲାରେ। ୨୦୧୦ ମସିହାରୁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ସୋସିଆଲ ସାଇନ୍ସରେ ପିଏଚ୍‌ଡି କରୁଛି।”

ଭିଡିଓରେ ରୋହିତ କହିଥିଲେ,“ନିକଟରେ ବିଶ୍ୱବିଦ୍ୟାଳୟ ପର୍ତ୍ତୃପକ୍ଷ ମୋ ସହ ୫ ଜଣ ଦଳିତ ଛାତ୍ରଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ଆମକୁ ହଷ୍ଟେଲରୁ ବାହାର କରିଦିଆଯାଇଛି। ସର୍ବାଜନୀନ ସ୍ଥାନ ଓ ହଷ୍ଟେଲ ପରିସରରେ ଆମ ଉପସ୍ଥିତ ଅପରାଧିକ କାର୍ଯ୍ୟ ବିବେଚନା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।”

ଏବେ ଏହି ଭିଡିଓର ସତ୍ୟତାକୁ ଯାଞ୍ଚ କରାଯାଉଛି।

ରୋହିତଙ୍କ ସାଙ୍ଗ ପ୍ରଶାନ୍ତ ଦତ୍ତ କହିଛନ୍ତି,“ଯାଞ୍ଚ ଅଧିକାରୀଙ୍କ ପାଇଁ ଏହି ଭିଡିଓ ସବୁଠାରୁ ବଡ ପ୍ରମାଣ ହେବ।” ଭିଡିଓରେ ପ୍ରଶାନ୍ତକୁ ରୋହିତଙ୍କ ପଛରେ ବସିଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓ ରୋହିତ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ନିଜେ ସୁଟ୍‌ କରିଥିଲେ। ଗତ ଜାନୁଆରୀ ୧୭ ତାରିଖରେ ରୋହିତ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ

ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

କୋମାକୁ ଚାଲିଗଲେ ପ୍ରଣବ ମୁଖାର୍ଜୀ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର

ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା, ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ

କରୋନା ଟିକା ନିଜ ଇଚ୍ଛାରେ କିଣି ପାରିବେନି ରାଜ୍ୟ ସରକାର

ମାଡ଼ି ଚାଲିଛି କରୋନା ଭାଇରସ: ଦିନକରେ ୬୭ ହଜାର ପଜିଟିଭ, ୯୪୨ ମୃତ

ଆଉ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ କରୋନା