ରେଲୱେ ଟ୍ରାକ୍‌ରେ ଗ୍ୟାସ୍‌ ସିଲିଣ୍ଡର ରଖି ଭିଡିଓ କରୁଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ରେଲୱେ ପ୍ରୋଟେକସନ୍‌ ଫୋର୍ସ (ଆର୍‌ପିଏଫ୍‌) ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସୋଶାଲ ମିଡିଆ ୟୁଟ୍ୟୁବ୍‌ରେ ଭିଡିଓରେ ପୋଷ୍ଟ କରିବା ପାଇଁ ବ୍ୟକ୍ତି ଜଣକ ରେଲୱେ ଟ୍ରାକ୍‌ର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ହେଉଛନ୍ତି ରାମି ରେଡ୍ଡୀ। ସେ ରେଲୱେ ଟ୍ରାକ୍‌ରେ ବାଣ ଓ ଗ୍ୟାସ୍ ସିଲିଣ୍ଡର ରଖି ଗୋଟିଏ ଭିଡିଓ ତିଆରି କରିଥିଲେ। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ହାଇଦ୍ରାବାଦ୍‌ର ଜଣେ […]

train

Puspanjali Panda
  • Published: Sunday, 18 August 2019
  • , Updated: 18 August 2019, 04:58 PM IST

ନୂଆଦିଲ୍ଲୀ: ରେଲୱେ ପ୍ରୋଟେକସନ୍‌ ଫୋର୍ସ (ଆର୍‌ପିଏଫ୍‌) ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସୋଶାଲ ମିଡିଆ ୟୁଟ୍ୟୁବ୍‌ରେ ଭିଡିଓରେ ପୋଷ୍ଟ କରିବା ପାଇଁ ବ୍ୟକ୍ତି ଜଣକ ରେଲୱେ ଟ୍ରାକ୍‌ର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ହେଉଛନ୍ତି ରାମି ରେଡ୍ଡୀ। ସେ ରେଲୱେ ଟ୍ରାକ୍‌ରେ ବାଣ ଓ ଗ୍ୟାସ୍ ସିଲିଣ୍ଡର ରଖି ଗୋଟିଏ ଭିଡିଓ ତିଆରି କରିଥିଲେ।

ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ହାଇଦ୍ରାବାଦ୍‌ର ଜଣେ ଆର୍‌ପିଏଫ୍‌ କର୍ମଚାରୀ ଏହି ଭିଡିଓକୁ ସୋଶାଲ ମିଡିଆରେ ଦେଖିବା ପରେ ରେଲୱେ ପୁଲିସକୁ ସୂଚନା ଦେଇଥିଲେ।

https://twitter.com/ANI/status/1160532487547826182

ଅଭିଯୁକ୍ତ ରାମି ରେଡ୍ଡୀ ଏ ନେଇ କହିଛନ୍ତି, ‘ମୋତେ ୟୁଟ୍ୟୁବ୍‌ ଭିଡିଓ ବହୁତ ପସନ୍ଦ। ପ୍ରତିଦିନ ମୁଁ ଭିଡିଓ ଦେଖିଥାଏ। କିଛି ଲୋକ ରେଲୱେ ଟ୍ରାକ୍‌ ଉପରେ ଜିନିଷ ରଖି ଭିଡିଓ ସୁଟ୍‌ କରିଥାନ୍ତି। ଏହି ପ୍ରକାର ଭିଡିଓ ଦେଖି ମୁଁ ପ୍ରଭାବିତ ହୋଇଥିଲି ଏବଂ ନିଜେ ସେଭଳି କିଛି କରିବା ପାଇଁ ଚିନ୍ତା କରିଥିଲି। ମୁଁ ତିଆରି କରିଥିବା ଭିଡିଓକୁ ସାଧାରଣତଃ ୧ ଲକ୍ଷରୁ ଅଧିକ ଲୋକ ଦେଖିଥାନ୍ତି। ଏପରି କରିବା ଅପରାଧ ବୋଲି ମୋତେ ଜଣାନଥିଲା।’

ପୁଲିସର କହିବା ଅନୁସାରେ ରାମି ରେଡ୍ଡୀଙ୍କ ଉପରେ ମାମଲା ରୁଜୁ ହେବା ସହିତ ତାଙ୍କୁ ନ୍ୟାୟିକ ରିମାଣ୍ଡରେ ପଠାଯାଇଛି।

Related story