ରାସ୍ତା ନିର୍ମାଣ ପାଇଁ ୮୦,୨୫୦ କୋଟି

ନୂଆଦିଲ୍ଲୀ: ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସଡ଼କ ନିର୍ମାଣ ଜରୁରୀ। ବିଭିନ୍ନ ଗାଁରୁ ଗ୍ରାମାଞ୍ଚଳ ମାର୍କେଟକୁ ଠିକ୍‌ ଭାବେ ରାସ୍ତା ନଥିବାରୁ ବ୍ୟବସାୟ ଠିକ୍‌ ଭାବେ ହୋଇପାରୁନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଜ୍‌ ୩ରୁ ଆହୁରି ତ୍ୱରାନ୍ୱିତ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନୀରେ ୧,୨୫,୦୦୦ କିମି ରାସ୍ତାକୁ ନବୀକରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୫ ବର୍ଷ ମଧ୍ୟରେ ୧୨,୫୦୦ କିମି ନୂଆ ରାସ୍ତା ନିର୍ମାଣ କରାଯିବ। […]

w

Hemant Lenka
  • Published: Friday, 05 July 2019
  • , Updated: 05 July 2019, 12:33 PM IST

ନୂଆଦିଲ୍ଲୀ: ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସଡ଼କ ନିର୍ମାଣ ଜରୁରୀ। ବିଭିନ୍ନ ଗାଁରୁ ଗ୍ରାମାଞ୍ଚଳ ମାର୍କେଟକୁ ଠିକ୍‌ ଭାବେ ରାସ୍ତା ନଥିବାରୁ ବ୍ୟବସାୟ ଠିକ୍‌ ଭାବେ ହୋଇପାରୁନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଜ୍‌ ୩ରୁ ଆହୁରି ତ୍ୱରାନ୍ୱିତ କରାଯିବ।

ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନୀରେ ୧,୨୫,୦୦୦ କିମି ରାସ୍ତାକୁ ନବୀକରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୫ ବର୍ଷ ମଧ୍ୟରେ ୧୨,୫୦୦ କିମି ନୂଆ ରାସ୍ତା ନିର୍ମାଣ କରାଯିବ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ବଜେଟ୍‌ରେ ୮୦,୨୫୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପ୍ରତିଦିନ ୧୩୫ କିମି ରାସ୍ତା ନିର୍ମାଣ ହେଉଛି।

Related story