ଜେଟ୍‌ଲୀଙ୍କୁ ଭେଟିଲେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ପାଇଁ ଦିଲ୍ଲୀ ଏମସ୍ ପହଞ୍ଚିଥିଲେ। ଏହାପରେ ଅପରାହ୍ଣରେ ଆପ୍‌ ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏମସ୍ ଆସିଥିଲେ। ସେମାନେ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ଏଠାରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡ ବାବଦରେ ମଧ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏମ୍ସରୁ […]

rss

rss

Subrat Kumar Nayak
  • Published: Sunday, 18 August 2019
  • Updated: 18 August 2019, 06:05 PM IST

Sports

Latest News

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ପାଇଁ ଦିଲ୍ଲୀ ଏମସ୍ ପହଞ୍ଚିଥିଲେ। ଏହାପରେ ଅପରାହ୍ଣରେ ଆପ୍‌ ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏମସ୍ ଆସିଥିଲେ। ସେମାନେ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ଏଠାରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡ ବାବଦରେ ମଧ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

ଏମ୍ସରୁ ଫେରି ନିଜେ କେଜ୍ରିୱାଲ ଏନେଇ ଟ୍ୱିଟ୍‌ କରି ଜଣାଇଛନ୍ତି। ସେ ଏହି ଟ୍ୱିଟ୍‌ରେ ଜେଟ୍‌ଲୀଙ୍କ ସୁସ୍ଥତା ମଧ୍ୟ କାମନା କରିଥିଲେ।

ଏହା ପୂର୍ବରୁ ଶନିବାର ବିଭିନ୍ନ ନେତା ଏବଂ ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଏମସ୍ ପହଞ୍ଚିଥିଲେ। ଶୁକ୍ରବାର ମଧ୍ୟ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ହର୍ଷବର୍ଦ୍ଧନ, ଅଶ୍ୱିନୀ ଚୌବେ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏମସ୍ ପହଞ୍ଚି ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos