ପ୍ରଥମ ଥର ପାଇଁ ମୁମ୍ବାଇରେ ଇଫତାର ପାର୍ଟିର ଆୟୋଜନ କରିବ ଆରଏସ୍‌ଏସ୍

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ପକ୍ଷରୁ ମୁମ୍ବାଇରେ ଏକ ଇଫତାର ପାର୍ଟିର ଆୟୋଜନ କରାଯାଉଛି। ପ୍ରଥମ ଥର ପାଇଁ ସଂଘ ତରଫରୁ ମୁମ୍ବାଇରେ ଇଫତାର ପାର୍ଟିର ଆୟୋଜନ କରାଯାଉଛି। ଜୁନ୍ ୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ଇଫତାର ପାର୍ଟିର ଆୟୋଜନ ଦାୟିତ୍ୱ ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମ୍‌ଆରଏମ)କୁ ଦିଆଯାଇଛି। ଏମ୍‌ଆର୍‌ଏମ୍‌ ହେଉଛି ଆର୍‌ଏସ୍‌ଏସ୍‌ର ଏକ ଶାଖା। କେଉଁମାନେ ଯୋଗ ଦେବେ? ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସଂଯୋଜନ ବୀରାଗ ପଚପୋରେ କହିଛନ୍ତି ଯେ […]

rss

rss

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 01:01 PM IST

Sports

Latest News

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ପକ୍ଷରୁ ମୁମ୍ବାଇରେ ଏକ ଇଫତାର ପାର୍ଟିର ଆୟୋଜନ କରାଯାଉଛି। ପ୍ରଥମ ଥର ପାଇଁ ସଂଘ ତରଫରୁ ମୁମ୍ବାଇରେ ଇଫତାର ପାର୍ଟିର ଆୟୋଜନ କରାଯାଉଛି। ଜୁନ୍ ୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ଇଫତାର ପାର୍ଟିର ଆୟୋଜନ ଦାୟିତ୍ୱ ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମ୍‌ଆରଏମ)କୁ ଦିଆଯାଇଛି। ଏମ୍‌ଆର୍‌ଏମ୍‌ ହେଉଛି ଆର୍‌ଏସ୍‌ଏସ୍‌ର ଏକ ଶାଖା।

କେଉଁମାନେ ଯୋଗ ଦେବେ?

ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସଂଯୋଜନ ବୀରାଗ ପଚପୋରେ କହିଛନ୍ତି ଯେ ଏହି ଇଫତାର ପାର୍ଟିରେ ୩୦ଟି ଦେଶର ପ୍ରତିନିଧିଙ୍କ ସମେତ ମୁସଲିମ ସଂପ୍ରଦାୟର ୨୦୦ ପ୍ରମୁଖ ସଦସ୍ୟ ଓ ଅନ୍ୟ ସଂପ୍ରଦାୟର ୧୦୦ ଜଣ ସଦସ୍ୟ ସାମିଲ ହେବେ।

ମୁମ୍ବାଇରେ କାହିଁକି?

ମୁସଲିମ ମାନଙ୍କ ନିକଟତର ହେବା ପାଇଁ ଆରଏସ୍‌ଏସ୍ ପକ୍ଷରୁ ୨୦୧୫ ମସିହାରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଭଳି ଧାର୍ମିକ ପାର୍ଟିକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜନ ନ କରିବାକୁ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେବା ପରେ ଆରଏସ୍‌ଏସ୍ ଏମିତି କାର୍ଯ୍ୟକ୍ରମ ହାତକୁ ନେଇଛି। ତେବେ ସଂଘର ଏଭଳି କାର୍ଯ୍ୟକ୍ରମ କେବଳ ଉତ୍ତର ଭାରତରେ ସୀମିତ ଥିଲା। ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗରେ ରହୁଥିବା ମୁସଲିମଙ୍କ ନିକଟତର ହେବା ପାଇଁ ମୁମ୍ବାଇରେ ଏଥର ଇଫତାର ପାର୍ଟି ଆୟୋଜନ କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ପଚପୋରେ କହିଛନ୍ତି, “ମୁମ୍ବାଇ ହେଉଛି ଭାରତର ଅର୍ଥନୈତିକ ରାଜଧାନୀ। ଏଠାରେ ଅନେକ ମୁସଲିମ ବ୍ୟବସାୟୀ ଅଛନ୍ତି ଯେଉଁମାନଙ୍କର ଦେଶର ବିକାଶରେ ଯୋଗଦାନ ରହିଛି। ସେମିତି ଏଠାରେ ମନୋରଞ୍ଜନ ଶିଳ୍ପ ସହିତ ମୁସଲିମ ସଂପ୍ରଦାୟର ଅନେକ ବ୍ୟକ୍ତି ଜଡ଼ିତ। ଏହି ଇଫତାର ପାର୍ଟି ଦ୍ୱାରା ସେମାନଙ୍କ ସହିତ ଭାବର ଆଦାନପ୍ରଦାନ ହୋଇପାରିବ।”

ସେ ଆହୁରି କହିଛନ୍ତି,“ଆରଏସ୍‌ଏସ୍‌କୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଏହି ପାର୍ଟିର ଅନ୍ୟତମ ଉଦ୍ଦେଶ୍ୟ। ଆମେ କୌଣସି ସଂପ୍ରଦାୟକୁ ବିରୋଧ କରୁ ନାହୁଁ। ଆମେ ଚାହୁଁ ସାରା ଦେଶରେ ସବୁ ସଂପ୍ରଦାୟ ମଧ୍ୟରେ ଭାଇଚାରା, ଶାନ୍ତି ଓ ଏକତା ବଜାୟ ରହୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos