ଋଷିଆ ସହ ଭାରତର ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ

india-rusiaନୂଆଦିଲ୍ଲୀ: ଗୋଆରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଆଜି ଋଷିଆ ଓ ଭାରତ ମଧ୍ୟରେ ବଡ଼ଧରଣର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଅନୁସାରେ ଋଷିଆ ୩୯ ହଜାର କୋଟି ଟଙ୍କା ବିନିମୟରେ ଅତ୍ୟାଧୁନିକ ଆଣ୍ଟି-ମିସାଇଲ୍ ଡିଫେନ୍ସ ସିଷ୍ଟମ S-400 ଟ୍ରିୟୁମ୍ଫ ଯୋଗାଇବ। ସେହିପରି ମିଳିତ ଭାବେ କାମୋଭ ହେଲିକପ୍ଟର ଉତ୍ପାଦନ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ହେଲିକପ୍ଟକୁ ଅତ୍ୟାଧୁନିକ ହାଲୁକା ଓ ଲଢ଼ୁଆ ବୋଲି କୁହାଯାଉଛି। ସେହିପରି ମହାକାଶ ଗବେଷଣା, ରେଳ ଲାଇନ୍, ସ୍ମାର୍ଟ ସିଟି, ଗ୍ୟାସ୍ ପାଇପ୍ ଲାଇନ୍ ଏବଂ ଶକ୍ତି କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ସ୍ୱାକ୍ଷର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଉପସ୍ଥିତ ଥିଲେ। ଚୁକ୍ତି ସ୍ୱାକ୍ଷରିତ ହେବା ପରେ ମୋଦି କହିଛନ୍ତି ଆତଙ୍କବାଦ ବିରୋଧ ଲଢ଼େଇରେ ଋଷିଆ, ଭାରତ ସହିତ ରହିଛି। ସେହିପରି ପୁଟିନ୍ ଦୁଇ ଦେଶ ମଧ୍ୟରେ ସହଯୋଗ ଜାରି ରହିବ ବୋଲି କହିଥିଲେ। ଏହାପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ମୋଦି ଓ ପୁଟିନ ପ୍ରାୟ ଦୁଇ ଘଣ୍ଟା ଧରି କଥା ହୋଇଥିଲେ।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ଏହି ଦୁଇ ଆକାଉଣ୍ଟରୁ ରିୟାଙ୍କ ପାଖକୁ ଯାଇଛି ଟଙ୍କା!

ସିବିଆଇ ପଞ୍ଝାରେ ରିୟା, ରୁଜୁ ହେଲା ମାମଲା

ରାମଙ୍କ ପରେ ଏବେ ନଜରରେ କୃଷ୍ଣ ଜନ୍ମଭୂମି

ରିୟାଙ୍କ ପାଇଁ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ, ତଦନ୍ତ ଆରମ୍ଭ କଲା କୋଲକାତା ପୁଲିସ୍‌

ଭୟଙ୍କର ଘଟଣା: ୧୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କଠାରୁ ଦୂରେଇ ଯାଇଥିଲେ ରିୟା, କିନ୍ତୁ କାହିଁକି?

କରୋନା ନେଲା ବରିଷ୍ଠ ସିପିଆଇଏମ ନେତାଙ୍କ ଜୀବନ

ସୁଶାନ୍ତଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଥିଲେ ରିୟା, ୫ ଦିନରେ କରିଥିଲେ ୨୫ କଲ୍‌

ଭୟଙ୍କର ବର୍ଷାରେ ମୁମ୍ବାଇ ସ୍ଥିତି ଅସମ୍ଭାଳ, ୪୬ ବର୍ଷର ରେକର୍ଡ ଭାଙ୍ଗିଲା କୋଲାବା

ପୁଣି ଚାଇନାକୁ ଜାତିସଂଘରେ ଦୃଢ଼ ଜବାବ ଦେଲା ଭାରତ

ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

କାହିଁକି ଇସ୍ତଫା ଦେଲେ ଗିରୀଶ ମୁର୍ମୁ, ଜାଣନ୍ତୁ ପୂରା କାରଣ