ଋଷିଆ ସହ ଭାରତ ସ୍ୱାକ୍ଷରିତ କରିବ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ: ଆଜି ଠାରୁ ନୂଆ ଦିଲ୍ଲୀରେ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ। ଏଥିରେ ଭାରତ ବ୍ୟତୀତ ବ୍ରାଜିଲ, ଋଷିଆ, ଚାଇନା ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେ। ତେବେ ଏହି ଗସ୍ତ ସମୟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମୋଦି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିବାର ସମ୍ଭାବନା ରହିଛି।

୫ ବିଲିୟନ ଡଲାର (ପ୍ରାୟ ୩୩,୦୦୦ କୋଟି ଟଙ୍କା) ବିନିମୟରେ ଭାରତ ଋଷିଆଠାରୁ ‘ଏସ-୪୦୦’ କ୍ଷେପଣାସ୍ତ୍ର ସୁରକ୍ଷା ପ୍ରଣାଳୀ କିଣିବ। ‘ଏସ-୪୦୦’ ଦ୍ୱାରା ଯେକୌଣସି କ୍ଷେପଣାସ୍ତ୍ରକୁ ୪୦୦ କିଲୋମିଟର ଦୂରତାରୁ ରୋକା ଯାଇପାରିବ। ଏହାଦ୍ୱାରା ଯୁଦ୍ଧ ସମୟରେ ଭାରତୀୟ ସୀମାରେ କୌଣସି କ୍ଷେପଣାସ୍ତ୍ର ପ୍ରବେଶ କରିବା କଷ୍ଟକର ହୋଇଯିବ। ଚୁକ୍ତି ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି।

ଆସନ୍ତାକାଲି ଏହି ଚୁକ୍ତି ସ୍ୱାକ୍ଷର କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଆମେରିକା ହେଲା ରାମମୟ

ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଓୱେସୀଙ୍କ ବାବ୍ରୀ ଟ୍ୱିଟ ପାଇଁ ଏତଲା ଦେଲା ହିନ୍ଦୁ ସେନା

ଓୱେସୀ କହିଲେ, ବାବ୍ରୀ ମସଜିଦ ଥିଲା ଓ ରହିବ

ଲୁପିନର କରୋନା ଔଷଧ, ଟ୍ୟାବଲେଟର ଦାମ ୪୯ ଟଙ୍କା

ରାମ ମନ୍ଦିର ନିର୍ମାଣ ପଛରେ ଥିବା ସେହି ୧୦ ବ୍ୟକ୍ତି, ଜାଣନ୍ତୁ ସେମାନେ କିଏ

ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ଠାରୁ ରାହୁଲ ଗାନ୍ଧି ଓ ଓୱେସୀ କ’ଣ କହିଲେ

ରେକର୍ଡ: ଦିନକରେ ୫୧ ହଜାରରୁ ଅଧିକ ସୁସ୍ଥ, ୫୨ ହଜାର ଆକ୍ରାନ୍ତ