ନୂଆଦିଲ୍ଲୀ: ରୁଷ ଏହାର ସୈନିକଙ୍କ ପାଇଁ ଏକ ବିଶେଷ ଧରଣର ୟୁନିଫର୍ମ ପ୍ରସ୍ତୁତ କରିଛି। ଆଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ପୋଷାକ ଯବାନମାନଙ୍କୁ ଯୁଦ୍ଧ ବେଳେ ବେଶ୍ ସହାୟତା କରିବ। ରୁଷ ନିଜ ସୈନିକମାନଙ୍କ ଶକ୍ତି ବୃଦ୍ଧି କରିବା ପାଇଁ ଭବିଷ୍ୟତରେ ଏହି ପୋଷାକର ବ୍ୟବହାର କରିପାରେ।
ଏହି ହାଇଟେକ୍ ରୋବୋଟିକ୍ କବଚକୁ ଏମିତି ଭାବେ ପ୍ରସ୍ତୁତ କରାଯାଇଛି ଯେ ଏହାକୁ ଗୁଳି ଭେଦି ପାରିବ ନାହିଁ। ଏହା ରୁଷ ଯବାନଙ୍କ ପାଇଁ ଏକ ବଡ଼ ଶକ୍ତି ହେବ ବୋଲି କୁହାଯାଇଛି। ସେହିପରି ଏକ ସ୍ୱତନ୍ତ୍ର ଧରଣର ହେଲ୍ମେଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ହେଲ୍ମେଟ୍ ଉପରେ ଏକ ଲାଇଟ୍ ରହିଛି ଯାହା ଦ୍ୱାରା ଅସ୍ତ୍ରଶସ୍ତ୍ର ଓ ନକ୍ସା ଆଦିର ଯାଞ୍ଚ କରି ହେବ। ସୈନିକମାନଙ୍କ ପାଇଁ ସ୍ୱତନ୍ତ୍ର ଧରଣର ଜୋତା ମଧ୍ୟ ପ୍ରସ୍ତୁତ କରାଯାଇଛି।
ମୋସ୍କୋ ସ୍ଥିତ ନ୍ୟାସ୍ନାଲ୍ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଏହି ରୋବୋଟିକ୍ କବଚକୁ ପ୍ରଦର୍ଶିତ କରାଯାଇଛି। ୬ ଫୁଟ ଉଚ୍ଚ ଏକ ମଡେଲକୁ ଏହି କଳା ରଙ୍ଗର ପୋଷାକ ପିନ୍ଧା ଯାଇଛି। ତା’ ହାତରେ ଏକ ବନ୍ଧୁକ ମଧ୍ୟ ଅଛି। ଏହି ମଡେଲକୁ ଦେଖିଲେ ଷ୍ଟାର ୱାର ଫିଲ୍ମ କଥା ମନେ ପଡ଼ିଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।