ପାକିସ୍ତାନକୁ ଝଟକା, ରୁଷିଆ କହିଲା ଭାରତର ନିଷ୍ପତ୍ତି ସାମ୍ୱିଧାନିକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି ରୁଷିଆ। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜମ୍ମୁ କଶ୍ମୀର ରାଜ୍ୟକୁ ଭାରତ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛି। ଏହି ନିଷ୍ପତ୍ତି ସାମ୍ୱିଧାନିକ। ଆଗାମୀ ଦିନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗରେ ବିବାଦ ବଢ଼ିବା ଉଚିତ ନୁହେଁ ବୋଲି ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି। Ministry of Foreign Affairs of Russia: We proceed from fact […]

MODI PUTIN

Subhransu Sekhar
  • Published: Saturday, 10 August 2019
  • , Updated: 10 August 2019, 03:00 PM IST
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି ରୁଷିଆ। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜମ୍ମୁ କଶ୍ମୀର ରାଜ୍ୟକୁ ଭାରତ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛି। ଏହି ନିଷ୍ପତ୍ତି ସାମ୍ୱିଧାନିକ। ଆଗାମୀ ଦିନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗରେ ବିବାଦ ବଢ଼ିବା ଉଚିତ ନୁହେଁ ବୋଲି ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି।

https://twitter.com/ANI/status/1160027127913336832


ଅନ୍ୟପଟେ ଗତକାଲି ଏହି ପ୍ରସଙ୍ଗରେ ଚାଇନା ନିଜର ମତ ରଖିଛି। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଥିବା ବିବାଦକୁ ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ ବୋଲି କହିଛି। ଭାରତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛି। ଭାରତର ଏପରି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି ପାକିସ୍ତାନ ଦର୍ଶାଇଛି। ଏହାପରେ ଚାଇନାର ମତ ନେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ ବେଜିଂ ଗସ୍ତରେ ଯାଇଛନ୍ତି।

Related story