ରାଜଧାନୀ କିଭ୍‌ ଆଉ କେତେ ବାଟ ?

ନୂଆଦିଲ୍ଲୀ: ରାଜଧାନୀ କିଭ୍‌ ଆଉ ବେଶୀ ଦୂର ନୁହଁ। ୟୁକ୍ରେନ୍‌ ସୈନ୍ୟଙ୍କୁ ମାତ ଦେଇ ଆଗକୁ ବଢ଼ୁଛି ରୁଷ । ଖୁବ୍‌ଶୀଘ୍ର ରୁଷ୍ ହାତମୁଠାକୁ ଆସିପାରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌। ତୁହାକୁ ତୁହା ଗୁଳି ଓ ମିସାଇଲ ମାଡ଼ କରି ଆଗକୁ ବଢ଼ୁଛି ରୁଷ ସେନା । ଏବେ କିଭ୍‌ଠାରୁ ରୁଷ ସୈନ୍ୟ ମାତ୍ର ୩୦ କିମି ଦୂରରେ ଅଛନ୍ତି। ରୁଷ ସେନାଙ୍କୁ ପ୍ରତିରୋଧ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନ୍‌ ସୈନ୍ୟ। ଅନ୍ୟପଟେ […]

rush-2

Tapas Behera
  • Published: Saturday, 26 February 2022
  • , Updated: 26 February 2022, 06:29 PM IST

ନୂଆଦିଲ୍ଲୀ: ରାଜଧାନୀ କିଭ୍‌ ଆଉ ବେଶୀ ଦୂର ନୁହଁ। ୟୁକ୍ରେନ୍‌ ସୈନ୍ୟଙ୍କୁ ମାତ ଦେଇ ଆଗକୁ ବଢ଼ୁଛି ରୁଷ । ଖୁବ୍‌ଶୀଘ୍ର ରୁଷ୍ ହାତମୁଠାକୁ ଆସିପାରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌। ତୁହାକୁ ତୁହା ଗୁଳି ଓ ମିସାଇଲ ମାଡ଼ କରି ଆଗକୁ ବଢ଼ୁଛି ରୁଷ ସେନା । ଏବେ କିଭ୍‌ଠାରୁ ରୁଷ ସୈନ୍ୟ ମାତ୍ର ୩୦ କିମି ଦୂରରେ ଅଛନ୍ତି। ରୁଷ ସେନାଙ୍କୁ ପ୍ରତିରୋଧ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନ୍‌ ସୈନ୍ୟ।

ଅନ୍ୟପଟେ ଯୁଦ୍ଧକୁ ବିରୋଧ କରୁଥିବା ରୁଷବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି। ସେହିପରି ୟୁକ୍ରେନର ସ୍ୱାସ୍ଥ୍ୟ ମନ୍ତ୍ରୀ ଭିକ୍ଟର ଲିଆସ୍କୋ କହିଛନ୍ତି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ଶିଶୁଙ୍କ ସମେତ ମୋଟ ୧୯୮ ଜଣ ୟୁକ୍ରେନବାସୀଙ୍କ ମୃତ୍ୟୁ ହୋଇଛି।  ସେହିପରି ତିନି ଦିନର ଯୁଦ୍ଧରେ ୧,୧୧୫ ୟୁକ୍ରେନବାସୀ ଆହତ ହୋଇଛନ୍ତି।

ସେ କହିଛନ୍ତି ଯେ ସମୁଦାୟ ଆହତଙ୍କ ସଂଖ୍ୟାରୁ ୩୩ ଜଣ ଶିଶୁ ଥିଲେ। ଅନ୍ୟପଟେ ଆଜି କେନ୍ଦ୍ରୀୟ କିଭ୍ ନଗରୀର ଦକ୍ଷିଣପଶ୍ଚିମରେ ଥିବା ଅଞ୍ଚଳରେ ୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସର ଏହି ରିପୋର୍ଟପ୍ରକାଶ କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, କ୍ଷେପଣାସ୍ତ୍ରଗୁଡ଼ିକ ସେଭାସ୍ତୋପୋଲ୍‌ ଛକ ନିକଟ ଅଞ୍ଚଳରେ ପଡ଼ିଛି। ସେପଟେ ୟୁକ୍ରେନକୁ ସେନା ପଠାଇବା ପାଇଁ ଚେକ୍‌ ଗଣରାଜ୍ୟ ଏବଂ ଫ୍ରାନ୍ସ ରାଜି ହୋଇଛନ୍ତି। ବନ୍ଧୁ ରାଷ୍ଟ୍ର ଫ୍ରାନ୍ସ ଯୁଦ୍ଧାସ୍ତ୍ର ପଠାଇବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।

Related story