ରୁଷ୍ ସୈନିକ ଗାଇଲେ ରଫିଙ୍କ ‘ଏ ୱତନ୍’
ମସ୍କୋ: ୧୯୬୫ ମସିହାର ଫିଲ୍ମ ‘ସହୀଦ’ର ଗୀତ ‘ଏ ୱତନ୍’ ଏବେ ଚର୍ଚ୍ଚାରେ। ସୈନିକ ଏବଂ ରାଷ୍ଟ୍ରପ୍ରେମର ଗାଥା କହୁଥିବା ଏହି ଗୀତ ରୁଷ୍ର ସୈନିକମାନେ ଗାଉଥିବା ଏକ ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି। ଏନ୍ଆଇ ପକ୍ଷରୁ ଏକ ୨୭ ସେକେଣ୍ଡର ଭିଡିଓ ଅପଲୋଡ୍ ହେବାପରେ ଏହା ସମସ୍ତଙ୍କ ପ୍ରିୟ ଭିଡିଓରେ ପରିଣତ ହେଇଛି।
ମସ୍କୋଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ରୁଷ୍ରେ ଅବସ୍ଥାପିତ ଭାରତୀୟ ଦୂତାବାସର ସାମରିକ ପରାମର୍ଶଦାତା ବ୍ରିଗେଡିୟର ରାଜେଶ ପୁଷ୍କର ମଧ୍ୟ ଏହି କାର୍ଯ୍ୟକ୍ରମରେ ରୁଷର ସୈନିକମାନଙ୍କ ସହ ତାଳ ଦେଇ ‘ଏ ୱତନ୍’ ଗୀତଟି ଗାଉଥିଲେ। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ରୁଷ୍ ସୈନିକମାନେ ମଧ୍ୟ ଏହି ପ୍ରସିଦ୍ଧ ଗୀତ ସହ ତାଳ ଦେଇ ଗାଉଛନ୍ତି।
#WATCH Russian military cadets sing- "Ae watan, Humko Teri Kasam," song at an event in #Moscow (Source: Indian Army) pic.twitter.com/cjNGZblLeg
— ANI (@ANI) November 30, 2019
ଏହି ଭିଡିଓ ଦେଖି ଇଣ୍ଟରନେଟ୍ ଭାବବିହ୍ୱଳ ହୋଇଯାଇଛି। ଏହାକୁ ୭୦୦୦ ଲୋକ ଲାଇକ୍ କରିସାରିଥିବାବେଳେ ପ୍ରାୟ ୪୦ ହଜାର ଲୋକ ଦେଖିସାରିଲେଣି। କେହି କେହି ଏହା ଦେଖି ଗର୍ବିତ ମନେ କରୁଥିବାବେଳେ ଆଉ କେହି କେହି ଲୁହ ଛଳ ଛଳ ହୋଇଯାଇଥିବା କହିଛନ୍ତି।
This is really so tearful 😢even to listen to this song!
And when it's coming from the mouths of these young cadets, even though they are Russians, its impact becomes million times!
— D. Pd. (@Diwakar22242464) November 30, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।