ସାବରୀମାଲାରେ ମହିଳାଙ୍କ ପ୍ରବେଶ ଘଟଣା: ୧୭ରୁ ଦୈନିକ ଶୁଣାଣି

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ କରିବା ଦରକାର କି ନୁହେଁ, ତା’ ଉପରେ ଆସନ୍ତା ୧୭ ତାରିଖରୁ ଦୈନିକ ଶୁଣାଣି ହେବ। ସୁପ୍ରିମକୋର୍ଟ ଏନେଇ ଗଠନ କରିଥିବା ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସେହିପରି ସାବରୀମାଲା ମନ୍ଦିର ପ୍ରବେଶ ମାମଲାକୁ ନେଇ ଯେତେ ସବୁ ଆବେଦନ ରହିଛି, ତା’କୁ ବର୍ତ୍ତମାନ ଶୁଣାଣି କରୁଥିବା ୫ ସାମ୍ବିଧାନିକ ଖଣ୍ଡପୀଠ ୯ ଜଣିଆ ବେଞ୍ଚକୁ ପଠାଇ ଦେବେ। ଧାର୍ମିକ ସ୍ୱାଧୀନତାକୁ ନେଇ […]

u

Hemant Lenka
  • Published: Monday, 10 February 2020
  • , Updated: 10 February 2020, 03:47 PM IST

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ କରିବା ଦରକାର କି ନୁହେଁ, ତା’ ଉପରେ ଆସନ୍ତା ୧୭ ତାରିଖରୁ ଦୈନିକ ଶୁଣାଣି ହେବ। ସୁପ୍ରିମକୋର୍ଟ ଏନେଇ ଗଠନ କରିଥିବା ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସେହିପରି ସାବରୀମାଲା ମନ୍ଦିର ପ୍ରବେଶ ମାମଲାକୁ ନେଇ ଯେତେ ସବୁ ଆବେଦନ ରହିଛି, ତା’କୁ ବର୍ତ୍ତମାନ ଶୁଣାଣି କରୁଥିବା ୫ ସାମ୍ବିଧାନିକ ଖଣ୍ଡପୀଠ ୯ ଜଣିଆ ବେଞ୍ଚକୁ ପଠାଇ ଦେବେ।

ଧାର୍ମିକ ସ୍ୱାଧୀନତାକୁ ନେଇ ସାମ୍ବିଧାନିକ ଅଧିକାର ବନାମ ବିଶ୍ୱାସ ଉପରେ ଚାଲିଥିବା ବିତର୍କ ସମ୍ପର୍କରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ଏ ବୋବଡେ ୭ଟି ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି। ଏହି ୭ ପ୍ରଶ୍ନର ଶୁଣାଣି ୯ ଜଣିଆ ଖଣ୍ଡପୀଠରେ ହେବ। ବିଭିନ୍ନ ଧର୍ମରେ ଥିବା ଧାର୍ମିକ ସ୍ୱାଧୀନତାକୁ ନେଇ ଲାଗି ରହିଥିବା ବିବାଦକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ୭ଟି ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି।

୯ ଜଣିଆ ବେଞ୍ଚ ସମ୍ବିଧାନର ଧାରା ୨୫ ଅଧୀନରେ ଥିବା ଧାର୍ମିକ ସ୍ୱାଧୀନତା ଉପରେ ହିଁ ପୂରା ଘଟଣାର ଶୁଣାଣି କରିବେ। ଏହି ୯ ଜଣିଆ ବେଞ୍ଚରେ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେଙ୍କ ବ୍ୟତୀତ ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏଲ ନାଗରେଶ୍ୱର ରାଓ, ଜଷ୍ଟିସ ଏମଏମ ଶାନ୍ତନାଗୌଦାର, ଜଷ୍ଟିସ ଏସଏ ନଜିର, ଜଷ୍ଟିସ ଆର ସୁଭାଷ ରେଡ୍ଡୀ, ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଛନ୍ତି।

ଏହି ଖଣ୍ତପୀଠ କେବଳ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ସଂକ୍ରାନ୍ତ ମାମଲାର ଶୁଣାଣି କରିବେ ନାହିଁ ବରଂ ମସଜିଦ ଓ ଦର୍ଘାରେ ମହିଳାଙ୍କ ପ୍ରବେଶ ଏବଂ ପାର୍ସୀ ମହିଳା ଅଣ ପାର୍ସୀ ପୁରୁଷଙ୍କୁ ବିବାହ କରିବା ଉପରେ ଲାଗିଥିବା କଟକଣା ବିଷୟରେ ମଧ୍ୟ ଶୁଣାଣି କରିବେ।

ପୂର୍ବରୁ ସୁପ୍ରିମକୋର୍ଟ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ଉଚ୍ଛେଦ କରିଥିଲେ। ହେଲେ ଏହା ବିରୋଧରେ ୫୦ରୁ ଅଧିକ ଆବେଦନ ହୋଇଛି। ସୁପ୍ରିମକୋର୍ଟରେ ଏବେ ଏହାର ଶୁଣାଣି ୯ ଜଣିଆ ଖଣ୍ଡପୀଠରେ କରିବେ।

Related story