୩୫ କୋଟି ଲାଞ୍ଚ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସଚିନ ପାଇଲଟ

ଜୟପୁର: ରାଜ୍ୟସଭା ନିର୍ବାଚନ ବେଳେ କ୍ରସ ଭୋଟିଂ ପାଇଁ କଂଗ୍ରେସ ବିଧାୟକଙ୍କୁ ୩୫ କୋଟି ଟଙ୍କା ଟଙ୍କା ଲାଞ୍ଚ ଯାଚିଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ଏଭଳି ଭିତ୍ତିହୀନ ଅଭିଯୋଗ ତାଙ୍କୁ ଦୁଃଖିତ କରିଛି ବୋଲି ସେ କହିଛନ୍ତି। ସଚିନ ପାଇଲଟ୍ କହିଛନ୍ତି, ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଅଭିଯୋଗକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇ ନାହାଁନ୍ତି ବରଂ ଦୁଃଖିତ ବୋଲି ସେ କହିଛନ୍ତି। ଭାବମୂର୍ତ୍ତି ବଦନାମ କରିବା […]

sachin-pilot

sachin-pilot

Subhransu Sekhar
  • Published: Monday, 20 July 2020
  • Updated: 20 July 2020, 08:04 PM IST

Sports

Latest News

ଜୟପୁର: ରାଜ୍ୟସଭା ନିର୍ବାଚନ ବେଳେ କ୍ରସ ଭୋଟିଂ ପାଇଁ କଂଗ୍ରେସ ବିଧାୟକଙ୍କୁ ୩୫ କୋଟି ଟଙ୍କା ଟଙ୍କା ଲାଞ୍ଚ ଯାଚିଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ଏଭଳି ଭିତ୍ତିହୀନ ଅଭିଯୋଗ ତାଙ୍କୁ ଦୁଃଖିତ କରିଛି ବୋଲି ସେ କହିଛନ୍ତି।

ସଚିନ ପାଇଲଟ୍ କହିଛନ୍ତି, ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଅଭିଯୋଗକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇ ନାହାଁନ୍ତି ବରଂ ଦୁଃଖିତ ବୋଲି ସେ କହିଛନ୍ତି। ଭାବମୂର୍ତ୍ତି ବଦନାମ କରିବା ପାଇଁ ଏଭଳି ଅଭିଯୋଗ ହୋଇଛି। ଅଭିଯୋଗ ଆଣିଥିବା ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସଚିନ ପାଇଲଟ କହିଛନ୍ତି।

https://twitter.com/ANI/status/1285184484954914824

ସୂଚନାଯୋଗ୍ୟ, ରାଜସ୍ଥାନରେ ସଚିନ ପାଇଲଟ- ଅଶୋକ ଗେହଲଟ କଳି ଜୋର ଧରିଥିବା ବେଳେ ଗେହଲଟଙ୍କ ନେତୃତ୍ୱକୁ ସମର୍ଥନ କରୁଥିବା କଂଗ୍ରେସ ବିଧାୟକ ଗିରିରାଜ ସିଂ ଅଭିଯୋଗ କରିଥିଲେ ଯେ, ସଚିନ ପାଇଲଟ ତାଙ୍କୁ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ ୩୫ କୋଟି ଟଙ୍କା ଲାଞ୍ଚ ଯାଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos