ବିଦ୍ରୋହ କରୁଥିଲେ ସଚିନ ପାଇଲଟଙ୍କ ବାପା, ହେଲେ କେବେ କଂଗ୍ରେସ ଛାଡ଼ି ନଥିଲେ

ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାସୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ପରେ ପୂରା ରାଜ୍ୟରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଜିଦ୍‌ ଧରି ବସିଥିବାରୁ ବିଜେପି ସହ ମଧ୍ୟ ଯୋଗାଯୋଗରେ ରହିଥିବା କୁହାଯାଉଛି। ପାଇଲଟ ପରିବାର ସର୍ବଦା କଂଗ୍ରେସ ସହ ଜଡ଼ିତ ହୋଇ ରହିଥିଲା। ସଚିନଙ୍କ ପୂର୍ବରୁ ତାଙ୍କ ବାପା ରାଜେଶ ପାଇଲଟ ବି କଂଗ୍ରେସରେ ଥିଲେ। ସେ ଦଳରେ ଥାଇ ମଧ୍ୟ ଦଳ ଭୁଲ କାମ କରିବା […]

du

Hemant Lenka
  • Published: Monday, 13 July 2020
  • , Updated: 13 July 2020, 12:27 PM IST

ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାସୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ପରେ ପୂରା ରାଜ୍ୟରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଜିଦ୍‌ ଧରି ବସିଥିବାରୁ ବିଜେପି ସହ ମଧ୍ୟ ଯୋଗାଯୋଗରେ ରହିଥିବା କୁହାଯାଉଛି।

ପାଇଲଟ ପରିବାର ସର୍ବଦା କଂଗ୍ରେସ ସହ ଜଡ଼ିତ ହୋଇ ରହିଥିଲା। ସଚିନଙ୍କ ପୂର୍ବରୁ ତାଙ୍କ ବାପା ରାଜେଶ ପାଇଲଟ ବି କଂଗ୍ରେସରେ ଥିଲେ। ସେ ଦଳରେ ଥାଇ ମଧ୍ୟ ଦଳ ଭୁଲ କାମ କରିବା ବେଳେ ସିଧାସିଧା ବିଦ୍ରୋହ ଘୋଷଣା କରୁଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସ ସହ ରହିଥିଲେ ଓ ଦଳକୁ କେବେ ହେଲେ ଛାଡ଼ି ନଥିଲେ।

ରାଜେଶ ପାଇଲଟ କଂଗ୍ରେସରେ ଥିଲା ବେଳେ ଥରେ କହିଥିଲେ ଯେ ପାର୍ଟିରେ ପ୍ରଶ୍ନ କଲେ ଜବାବ ମିଳୁନି, ଦକ୍ଷତାକୁ ଏଠି କେହି ଦେଖୁନାହାନ୍ତି ଓ ଚୌକିକୁ ସଲାମ କରିବାର ପରମ୍ପରା ଆରମ୍ଭ ହେଲାଣି। କଂଗ୍ରେସକୁ ଅନେକ ଥର ନ୍ୟାୟର ଦର୍ପଣ ଦେଖାଇଥିବା ରାଜେଶ ପାଇଲଟଙ୍କ ଏହି ବୟାନ କେବଳ ଗୋଟିଏ ଉଦାହରଣ ମାତ୍ର।

ଗୋଟିଏ ଥର ସ୍ଥିତି ଏମିତି ହୋଇଥିଲା ଯେ ରାଜେଶ ପାଇଲଟ ସିଧା ଗାନ୍ଧି ପରିବାରକୁ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ। ହେଲେ ସେ ଦଳ କେବେ ଛାଡ଼ି ନାହାନ୍ତି କିମ୍ବା ଦଳ ତାଙ୍କୁ ମଧ୍ୟ ଛାଡ଼ିନାହିଁ।

୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ରାଜେଶ ପାଇଲଟ ପ୍ରଥମେ ବାୟୁସେନାକୁ ନିଜର କ୍ୟାରିୟର ଭାବେ ବାଛିଥିଲେ। ବାୟୁସେନାରେ ଦୀର୍ଘ ୧୩ ବର୍ଷ କାମ କରିବା ପରେ ଇସ୍ତଫା ଦେଇ ସେ ରାଜନୀତିରେ ଏଣ୍ଟ୍ରି କରିଥିଲେ। ଗାନ୍ଧି ପରିବାର ଜରିଆରେ ରାଜନୀତିରେ ପ୍ରବେଶ କରିଥିବା ରାଜେଶ ପାଇଲଟ ୧୯୮୦ ମସିହାରେ ରାଜସ୍ଥାନର ଭରତପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଲୋକସଭାକୁ ଯାଇଥିଲେ।

ଜଣେ ପାଇଲଟ ହିସାବରେ ସେ ସଞ୍ଜୟ ଗାନ୍ଧିଙ୍କ ବେଶ ନିକଟତର ଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ରାଜୀବ ଗାନ୍ଧିଙ୍କ ଘନିଷ୍ଠ ହୋଇ ନିର୍ବାଚନ ଜିତି ଚାଲିଥିଲେ। କେନ୍ଦ୍ର ସରକାରରେ ସେ ବି ନିଜର ଭୂମିକା ନିର୍ବାହ କରିଥିଲେ।

ତେବେ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ କଂଗ୍ରେସରେ ଅନେକ ବିବାଦ ଦେଖାଯାଇଥିଲା। ଏହି ସମୟରେ ରାଜେଶ ପାଇଲଟ କଂଗ୍ରେସର ନେତୃବୃନ୍ଦଙ୍କୁ ସାମଲୋଚନା କରି ଉଚିତ ମାର୍ଗରେ ଯିବାକୁ ପରାମର୍ଶ ଦେଇଥିଲେ। ୧୯୯୭ ମସିହାରେ ରାଜେଶ ପାଇଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସୀତାରାମ କେଶରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ।

ତେବେ ସୀତାରାମ ଏହି ନିର୍ବାଚନରେ ଜିତିଥିଲେ। ବିନା ଗାନ୍ଧି ପରିବାରର ସଦସ୍ୟଙ୍କ ବିନା କଂଗ୍ରେସ ଚାଲୁଥିଲେ ହେଁ ଅନେକ ବିବାଦ ଧୀରେଧୀରେ ମୁଣ୍ଡ ଟେକିବା ଆରମ୍ଭ କରିଥିଲା। ଏହି କାରଣରୁ ୧୯୯୭ରେ ସୋନିଆ ଗାନ୍ଧି କଂଗ୍ରେସରେ ସାମିଲ ହୋଇଥିଲେ ଓ ୧୯୯୮ରେ ଦଳର ଅଧ୍ୟକ୍ଷ ହୋଇଥିଲେ। ୧୯୯୯ରେ ସୋନିଆ ଗାନ୍ଧି କର୍ଣ୍ଣାଟକାର ବରେଲୀ ଓ ଉତ୍ତର ପ୍ରଦେଶର ଆମେଠିରୁ ବିଜୟୀ ହୋଇଥିଲେ।

ସୋନିଆ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ଦଳ ଚାହୁଁଥିବା ଚର୍ଚ୍ଚା ମଧ୍ୟରେ ଶରଦ ପାୱାର, ପିଏମ ସାଙ୍ଗମା ଓ ତାରିକ ଅନୱର ଭଳି ନେତା କଂଗ୍ରେସ ଛାଡ଼ି ଦେଇଥିଲେ। ଏହି ସମୟରେ ରାଜେଶ ପାଇଲଟ ମଧ୍ୟ କଂଗ୍ରେସ ଛାଡ଼ିବାର ସଙ୍କେତ ମିଳିଥିଲା। ହେଲେ ସେ ଶେଷ ଯାଏ କଂଗ୍ରେସ ସହ ହିଁ ରହିଥିଲେ। ତେବେ ଧୀରେଧୀରେ କଂଗ୍ରେସ ନେତୃବୃନ୍ଦଙ୍କ ଠାରୁ ତାଙ୍କର ଦୂରତା ବଢ଼ିବାରେ ଲାଗିଥିଲା।

୨୦୦୦ ମସିହାରେ କଂଗ୍ରେସର ବିଦ୍ରୋହୀ ନେତା ଜିତେନ୍ଦ୍ର ପ୍ରସାଦ ଯେତେବେଳେ ସୋନିଆ ଗାନ୍ଧିଙ୍କ ବିରୋଧରେ ଅଧ୍ୟକ୍ଷ ପଦ ପାଇଁ ଲଢ଼େଇ କରିଥିଲେ ସେତେବେଳେ ରାଜେଶ ପାଇଲଟ ହିଁ ତାଙ୍କୁ ସମର୍ଥନ କରିଥିଲେ। ଏସବୁ ଭିତରେ ୨୦୦୦ ମସିହା ଜୁନ୍‌ ୧୧ରେ ରାଜେଶ ପାଇଲଟ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଓ ଜିତେନ୍ଦ୍ର ପ୍ରସାଦ ବି ନିର୍ବାଚନ ହାରି ଯାଇଥିଲେ।

Related story