ହସ୍ପିଟାଲରୁ ଡିସଚାର୍ଜ ସତ୍ତ୍ୱେ ଘରେ ରହିବେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। କରୋନା ଭାଇରସ୍ ଲକ୍ଷଣ ଦେଖା ଦେବାରୁ ଦୁଇ ସପ୍ତାହ ତଳେ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଜିସଚାର୍ଜ ମିଳିଛି। ହସ୍ପିଟାଲରୁ ଛୁଟି ମିଳିବା ସତ୍ତ୍ୱେ ସମ୍ବିତଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ଏବଂ ଆଉ କିଛି ଦିନ ଘରେ ରହିବେ। ତେବେ ମଙ୍ଗଳବାର ସମ୍ବିତ ପାତ୍ର ଟ୍ୱିଟ୍ […]

sambit.jpg1

Ranjit Kumar Jena
  • Published: Tuesday, 09 June 2020
  • , Updated: 09 June 2020, 03:17 PM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। କରୋନା ଭାଇରସ୍ ଲକ୍ଷଣ ଦେଖା ଦେବାରୁ ଦୁଇ ସପ୍ତାହ ତଳେ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଜିସଚାର୍ଜ ମିଳିଛି। ହସ୍ପିଟାଲରୁ ଛୁଟି ମିଳିବା ସତ୍ତ୍ୱେ ସମ୍ବିତଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ଏବଂ ଆଉ କିଛି ଦିନ ଘରେ ରହିବେ। ତେବେ ମଙ୍ଗଳବାର ସମ୍ବିତ ପାତ୍ର ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


ସେ କହିଛନ୍ତି, "ଆପଣ ସମସ୍ତଙ୍କର ଆଶୀର୍ବାଦ ଓ ପ୍ରାର୍ଥନା ଯୋଗୁ ମୁଁ ସୁସ୍ଥ ହୋଇ ଘରକୁ ଫେରିପାଇଛି। ତେବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ କିଛି ସମୟ ଲାଗିବ। ସମସ୍ତଙ୍କ ଆଶୀର୍ବାଦ ପାଇଁ ନତମସ୍ତକ।" ସୂଚନାଯୋଗ୍ୟ, ହସ୍ପିଟାଲରେ ସମ୍ବିତ ପାତ୍ରଙ୍କର ଭର୍ତ୍ତି ହେବା ଖବର ପାଇବା ମାତ୍ରକେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତେଜିନ୍ଦର ପାଲ୍ ସିଂହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

Related story