ନବରାତ୍ର ଅଫର: ସାମସଙ୍ଗ ଗାଲାକ୍ସି S8 ଏବଂ  S8+ ର କମିଲା ଦର

ନୂଆଦିଲ୍ଲୀ: ସାମସଙ୍ଗ ମୋବାଇଲର ପୂଜା ଅଫର।  ଦକ୍ଷିଣ କୋରିଆର ସବୁଠୁ ବଡ଼ କମ୍ପାନୀ କୁହାଯାଉଥିବା ସାମସଙ୍ଗ ଅଚଳିତ ନବରାତ୍ର ଅବସରରେ  ଆଣିଛି ରିହାତିର ସୁଯୋଗ। ଏହିପରିପ୍ରେକ୍ଷୀରେ Galaxy S8 ଏବଂ S8+  ସ୍ମାର୍ଟଫୋନ୍‌ର ଦର ୪ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ କରାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ ଏଚ୍‌ଡିଏଫସି ବ୍ୟାଙ୍କର ଉପଭୋକ୍ତାମାନେ ଏହି  ମୋବାଇଲ କିଣିଲେ  ୪ ହଜାର ଟଙ୍କା କ୍ୟାଶ ବ୍ୟାକ୍‌ ପାଇବେ। ସେହିପରି Galaxy S8+ (128GB variant) ର ଦର ୧୦୦୦ ଟଙ୍କା ପର୍ଯ୍ୟନ୍ତ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 10:48 PM IST

Sports

Latest News

ନୂଆଦିଲ୍ଲୀ: ସାମସଙ୍ଗ ମୋବାଇଲର ପୂଜା ଅଫର।  ଦକ୍ଷିଣ କୋରିଆର ସବୁଠୁ ବଡ଼ କମ୍ପାନୀ କୁହାଯାଉଥିବା ସାମସଙ୍ଗ ଅଚଳିତ ନବରାତ୍ର ଅବସରରେ  ଆଣିଛି ରିହାତିର ସୁଯୋଗ। ଏହିପରିପ୍ରେକ୍ଷୀରେ Galaxy S8 ଏବଂ S8+  ସ୍ମାର୍ଟଫୋନ୍‌ର ଦର ୪ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ କରାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ ଏଚ୍‌ଡିଏଫସି ବ୍ୟାଙ୍କର ଉପଭୋକ୍ତାମାନେ ଏହି  ମୋବାଇଲ କିଣିଲେ  ୪ ହଜାର ଟଙ୍କା କ୍ୟାଶ ବ୍ୟାକ୍‌ ପାଇବେ। ସେହିପରି Galaxy S8+ (128GB variant) ର ଦର ୧୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି।

ଅନ୍ୟପକ୍ଷରେ ନୂଆ କରି ଲଞ୍ଚ ହେବାକୁ ଥିବା Samsung Galaxy Note8 କୁ କିଣିବା ପାଇଁ  ୨.୫ ଲକ୍ଷ ଲୋକ ପଞ୍ଜିକୃତ କରିଛନ୍ତି।  ଯାହାର ମୂଲ୍ୟ ହେଉଛି ୬୭ ହଜାର ୯ଶହ ଟଙ୍କା। ସେହିପରି Galaxy Note8 ପାଇଁ ୧.୫ ଲକ୍ଷ ଲୋକ ପଞ୍ଜିକୃତ କରିଛନ୍ତି। ଆମାଜନରେ ଏହି ଅର୍ଡ଼ର ହୋଇଛି। ଏହାବ୍ୟତୀତ ଏହି ସେଟ କିଣିବା ପାଇଁ ସାମସଙ୍ଗ ସାଇଟରେ ୧ ଲକ୍ଷ ପଞ୍ଜିକୃତ ହୋଇଛି। ତେବେ ଆମାଜନ ମାଧ୍ୟମରେ ହୋଇଥିବା ଅର୍ଡ଼ର ସେପ୍ଟେମ୍ବର ୨୧ରୁ ଯୋଗାଣ ଆରମ୍ଭ ହେବ ବୋଲି କୁହାଯାଇଛି। ଏହି ମୋବାଇଲରେ 6.3 ଇଞ୍ଚ ସ୍କ୍ରିନ୍‌ ଥିବା ବେଳେ 1440 x 2960 କ୍ୟାମେରା  ପିକ୍ସେଲ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos