ସାମୂହିକ ଚେଷ୍ଟା ଦ୍ୱାରା ଆତଙ୍କବାଦକୁ ରୋକାଯାଇ ପାରିବ: ପ୍ରଣବ ମୁଖାର୍ଜୀ

ଅକରା:  ଆତଙ୍କବାଦ ଏକ ଜଘନ୍ୟ କାର୍ଯ୍ୟ। ଯାହା କୌଣସି ସୀମା ସରହତ ମାନେ ନାହିଁ। ସାମୂହିକ ଚେଷ୍ଟା ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ ବୋଲି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ଆତଙ୍କବାଦର ଶୀକାର ଘାନା ସହ ଭାରତ ସବୁ ବେଳେ ରହିବ ବୋଲି ସେ କହିଛନ୍ତି। ଘାନା ରାଷ୍ଟପତି ଜନ୍‌ ଡ୍ରମାନୀ ମହାମାଙ୍କ ଦ୍ୱାରା ଗତକାଲି ଆୟୋଜିତ ପାର୍ଟିକୁ ମୁଖାର୍ଜୀ ଶମ୍ବୋଧିତ କରି କହିଥିଲେ, “ଭାରତ ତିନି ଦଶକ ହେଲା ଆତଙ୍କବାଦ ଶୀକାର ହୋଇ ଆସିଛି। […]

pranab

Rakesh Mallick
  • Published: Monday, 13 June 2016
  • , Updated: 04 May 2017, 03:44 PM IST

ଅକରା:  ଆତଙ୍କବାଦ ଏକ ଜଘନ୍ୟ କାର୍ଯ୍ୟ। ଯାହା କୌଣସି ସୀମା ସରହତ ମାନେ ନାହିଁ। ସାମୂହିକ ଚେଷ୍ଟା ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ ବୋଲି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ଆତଙ୍କବାଦର ଶୀକାର ଘାନା ସହ ଭାରତ ସବୁ ବେଳେ ରହିବ ବୋଲି ସେ କହିଛନ୍ତି।

ଘାନା ରାଷ୍ଟପତି ଜନ୍‌ ଡ୍ରମାନୀ ମହାମାଙ୍କ ଦ୍ୱାରା ଗତକାଲି ଆୟୋଜିତ ପାର୍ଟିକୁ ମୁଖାର୍ଜୀ ଶମ୍ବୋଧିତ କରି କହିଥିଲେ, “ଭାରତ ତିନି ଦଶକ ହେଲା ଆତଙ୍କବାଦ ଶୀକାର ହୋଇ ଆସିଛି। ଘାନାର ଏପରି ସ୍ଥିତି ସୂଚାଉଛି ଆତଙ୍କବାଦ ବିଶ୍ୱ ପାଇଁ ବିପଦ।”

ଦୁଇ ଦିବସୀୟ ଏହି ଯାତ୍ରା ବେଳେ ମୁଖାର୍ଜୀ କହିଛନ୍ତି, “ଆତଙ୍କବଦାର କୌଣସି ସୀମା ନାହିଁ। ଏହାର କୌଣସି ବିଚାରଧାରା ନାହିଁ। କେବଳ ବିନାଶ ଉପରେ ଏହା ବିଶ୍ୱାସ କରେ। ଏହାକୁ ବିନାଶ କରିବାକୁ ହେଲା ସାମୂହିକ ପ୍ରୟାସ ହେବା ଆବଶ୍ୟକ। ଭାରତ ଆପଣଙ୍କ ସହ ଅଛି। କାରଣ ଆପଣ ଆତଙ୍କବାଦକୁ ସାମ୍ନା କରୁଛନ୍ତି।”

Related story