ସେନା କର୍ମଚାରୀଙ୍କ ପାଇଁ ଲାଗୁ ହେଲା ୱାନ ରାଙ୍କ ୱାନ୍ ପେନସନ୍

ନୂଆଦିଲ୍ଲୀ: ସେନା କର୍ମଚାରୀଙ୍କ ପାଇଁ ୱାନ ରାଙ୍କ ୱାନ୍ ପେନସନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ଶନିବାର ସନ୍ଧ୍ୟାରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ବ୍ୟବସ୍ଥା ଦ୍ୱାରା ସେନାରୁ ଅବସର ନେଇଥିବା ପ୍ରାୟ ୨୫ ଲକ୍ଷ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଦୀର୍ଘ ଦିନର ଦାବି ପରେ କେନ୍ଦ୍ର ସରକାର ଗତ ସେପଟେମ୍ୱର ମାସ ୫ ତାରିଖରେ ୱାନ ରାଙ୍କ ୱାନ ପେନସନ ଯୋଜନା ଲାଗୁ […]

one-rank-one-penson

one-rank-one-penson

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 07:09 AM IST

Sports

Latest News

ନୂଆଦିଲ୍ଲୀ: ସେନା କର୍ମଚାରୀଙ୍କ ପାଇଁ ୱାନ ରାଙ୍କ ୱାନ୍ ପେନସନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ଶନିବାର ସନ୍ଧ୍ୟାରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ବ୍ୟବସ୍ଥା ଦ୍ୱାରା ସେନାରୁ ଅବସର ନେଇଥିବା ପ୍ରାୟ ୨୫ ଲକ୍ଷ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଦୀର୍ଘ ଦିନର ଦାବି ପରେ କେନ୍ଦ୍ର ସରକାର ଗତ ସେପଟେମ୍ୱର ମାସ ୫ ତାରିଖରେ ୱାନ ରାଙ୍କ ୱାନ ପେନସନ ଯୋଜନା ଲାଗୁ କରିବା ନେଇ ଘୋଷଣା କରିଥିଲେ। ଏଇ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କୁ ବର୍ଷକୁ ୮ ହଜାରରୁ ୧୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡିବ। ୱାନ୍ ରାଙ୍କ ୱାନ୍ ପେନସନ୍ ବ୍ୟବସ୍ଥା ପିଛିଲା ଭାବେ ଜୁଲାଇ ୧, ୨୦୧୪ରୁ ଲାଗୁ ହେବ। ବେସ ଇଅର ରହିବ ୨୦୧୩। ସାଢେ ଚାରିବର୍ଷରେ କିସ୍ତିୱାରି ଇନଷ୍ଟାଲମେଣ୍ଟ ପ୍ରଦାନ କରାଯିବ। ୨୦୧୩ର ସର୍ବନିମ୍ନ ଓ ସର୍ବାଧିକ ପେନସନର ଆଭରେଜକୁ ନେଇ ନୂଆ ପେନସନ ନିର୍ଦ୍ଧାରଣ ହେବ। ପ୍ରତି ୫ ବର୍ଷରେ ପେନସନ୍ ରିଭ୍ୟୁ ହେବ। ଏଇ ବ୍ୟବସ୍ଥାରେ ସମାନତା ଆସିବ କି ନାହିଁ ତାର ତାଦରଖ ପାଇଁ ୧ ମେମ୍ୱର ଜୁଡିସିଆଲ କମିଟି ଗଠନ ହେବ। ତେବେ ସ୍ୱେଛାକୃତ ଅବସର ନେଇଥିବା କର୍ମଚାରୀଙ୍କୁ ଏଇ ସୁବିଧା ମିଳିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos