ସାନିଟାରୀ ନ୍ୟାପକିନ୍‌ରେ ଆଉ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ: ବହୁ ବାଦ୍‌ବିବାଦ ପରେ ଜିଏସ୍‌ଟି ପରିସରରୁ ସାନିଟାରୀ ନ୍ୟାପକିନ୍‌କୁ ହଟାଇ ଦିଆଯାଇଛି।  ଆଜି ଜିଏସ୍‌ଟି ପରିଷଦରର ୨୮ ତମ ବୈଠକରେ ସର୍ବସମ୍ମତିକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ୧୭ଟି ସାମଗ୍ରୀ ଉପରୁ ଜିଏସ୍‌ଟି ସ୍ଲାବ ହ୍ରାସ କରାଯାଇଛି। ପରିସରରୁ  ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ସୁଧୀର ମୁନଗାଣ୍ଟିୱାର କହିଛନ୍ତି ‘ ପରିଷଦର ସମସ୍ତ ସଦସ୍ୟ ସାନାଟାରୀ ନ୍ୟାପକିନ୍‌କୁ ଜିଏସ୍‌ଟିରୁ ବାଦ୍‌ ଦେବାକୁ ପ୍ରସ୍ତାବ ରଖିଥିଲେ। ପୂର୍ବରୁ ଏହା […]

65082976

Rakesh Mallick
  • Published: Saturday, 21 July 2018
  • , Updated: 21 July 2018, 08:41 PM IST

ନୂଆଦିଲ୍ଲୀ: ବହୁ ବାଦ୍‌ବିବାଦ ପରେ ଜିଏସ୍‌ଟି ପରିସରରୁ ସାନିଟାରୀ ନ୍ୟାପକିନ୍‌କୁ ହଟାଇ ଦିଆଯାଇଛି।  ଆଜି ଜିଏସ୍‌ଟି ପରିଷଦରର ୨୮ ତମ ବୈଠକରେ ସର୍ବସମ୍ମତିକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ୧୭ଟି ସାମଗ୍ରୀ ଉପରୁ ଜିଏସ୍‌ଟି ସ୍ଲାବ ହ୍ରାସ କରାଯାଇଛି। ପରିସରରୁ  ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ସୁଧୀର ମୁନଗାଣ୍ଟିୱାର କହିଛନ୍ତି ‘ ପରିଷଦର ସମସ୍ତ ସଦସ୍ୟ ସାନାଟାରୀ ନ୍ୟାପକିନ୍‌କୁ ଜିଏସ୍‌ଟିରୁ ବାଦ୍‌ ଦେବାକୁ ପ୍ରସ୍ତାବ ରଖିଥିଲେ। ପୂର୍ବରୁ ଏହା ଉପରେ ୧୨% ଜିଏସ୍‌ଟି ଲାଗୁ କରାଯାଉଥିଲା। କିନ୍ତୁ ଏବେ ଏହାକୁ ଜିଏସ୍‌ଟି ପରିସରରୁ ବାଦ ଦିଆଯିବାକୁ ନିଷ୍ପତ୍ତି ହୋଇଛି।’

କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ରାକ୍ଷୀ, ମାର୍ବଲ କିମ୍ବା କାଠରେ ନିର୍ମାଣ ହୋଇଥିବା ଷ୍ଟାଚ୍ୟୁ, ଫୁଲଦାନୀ, ଷଢ଼େଇ ଓ ଶାଳ ପତ୍ରକୁ ଜିଏସ୍‌ଟି ଟିକସ୍‌ ସ୍ଲବାରୁ ବାଦ ଦିଆଯାଇଛି। ୬୮ ସେମିର ଟିଭି, ରେଫ୍ରିଜରେଟର, ୱାଶିଂମେସିନ୍‌, ଗ୍ରାଇଣ୍ଡର, ୱାଟର୍‌ ହିଟର୍‌, ହେୟାର ଡ୍ରାଏର, ଭ୍ୟାକୁମ୍‌ କ୍ଲିନର୍‌ ଓ ଆଇସ୍‌କ୍ରିମ ରଖିବାକୁ ସ୍ୱତନ୍ତ୍ର ଫ୍ରିଜ୍‌ ଉପରେ ଜିଏସଟି ଟିକସ୍‌ ସ୍ଲାବ ହ୍ରାସ କରାଯାଇଛି। ପୂର୍ବରୁ ଏଗୁଡ଼ିକୁ ୨୮% ଟିକସ୍‌ ସ୍ଲାବ ମଧ୍ୟରେ ଆସୁଥିବା ବେଳେ ଏବେ ଏହା ୧୮%କୁ ଖସି ଆସିଛି। ସେହିପରି ୧୦୦ ଟଙ୍କା ଭିତରେ ଜୋତା ଉପରେ ୫% ଜିଏସ୍‌ଟି ଲାଗିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ସେହିପରି ବାଉଁଶ ଉପରେ ଏଣିକି ୧୨% ଜିଏସ୍‌ଟି ଲାଗୁ କରାଯିବ। ପୂର୍ବରୁ ଏହା ୨୮% ରହିଥିଲା। ପେଟ୍ରୋଲରେ ବ୍ୟବହାର ହେଉଥିବା ଇଥାନୋଲ୍‌ ଉପରେ ୧୮% ଜିଏସ୍‌ଟି ଲାଗୁ ହେଉଥିବା ବେଳେ ଏବେ ଏହା ୫% ଟିକସ ସୀମାକୁ ଖସି ଆସିଛି। ଜୁଲାଇ ୨୭ରୁ ନୂଆ ଟିକସ୍ ବ୍ୟବସ୍ଥା ଲାଗୁ ହେବ। ଅଗଷ୍ଟ ୪ରେ ଜିଏସ୍‌ଟି ପରିଷଦର ପରବର୍ତ୍ତୀ ବୈଠକ ବସିବ।

Related story