ସାଂସଦଙ୍କ ନିଲମ୍ୱନ ପ୍ରତିବାଦରେ ଚତୁର୍ଥ ଦିନରେ କଂଗ୍ରେସର ଧାରଣା

ନୂଆଦିଲ୍ଲୀ: ୨୫ ସାଂସଦଙ୍କୁ ନିଲମ୍ୱନ ପ୍ରତିବାଦରେ କ୍ରମାଗତ ଚତୁର୍ଥ ଦିନ ପାଇଁ କଂଗ୍ରେସର ଧାରଣା ଜାରି ରହିଛି । ଆଜି ବି ପାର୍ଲାମେଣ୍ଟ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ କଂଗ୍ରେସ ସାଂସଦମାନେ ଧାରଣା ଦେଇଛନ୍ତି । ସେମାନେ ସରକାର ବିରୋଧୀ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ଦଳୀୟ ସାଂସଦ ଉପସ୍ଥିତ ଥିଲେ। ସେପଟେ ସାଂସଦଙ୍କ ନିଲମ୍ୱନ ପ୍ରତିବାଦରେ ଆଜି […]

parliament-

parliament-

Rakesh Mallick
  • Published: Friday, 07 August 2015
  • Updated: 07 August 2015, 08:07 AM IST

Sports

Latest News

ନୂଆଦିଲ୍ଲୀ: ୨୫ ସାଂସଦଙ୍କୁ ନିଲମ୍ୱନ ପ୍ରତିବାଦରେ କ୍ରମାଗତ ଚତୁର୍ଥ ଦିନ ପାଇଁ କଂଗ୍ରେସର ଧାରଣା ଜାରି ରହିଛି । ଆଜି ବି ପାର୍ଲାମେଣ୍ଟ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ କଂଗ୍ରେସ ସାଂସଦମାନେ ଧାରଣା ଦେଇଛନ୍ତି । ସେମାନେ ସରକାର ବିରୋଧୀ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ଦଳୀୟ ସାଂସଦ ଉପସ୍ଥିତ ଥିଲେ।

ସେପଟେ ସାଂସଦଙ୍କ ନିଲମ୍ୱନ ପ୍ରତିବାଦରେ ଆଜି ବି ରାଜ୍ୟସଭାରେ ଜାରି ରହିଛି ହଟ୍ଟଗୋଳ। ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ପ୍ରଥମେ ୧୨ଟାଯାଏଁ ଗୃହ ମୁଲତବୀ ହୋଇଥିଲା । ପରେ ୨ଟା୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ଉପାଧ୍ୟକ୍ଷ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos