ସେନସର ବୋର୍ଡ ନିୟମରେ ପରିବର୍ତ୍ତନ କରାଯିବ: ଅରୁଣ ଜେଟଲୀ

ନୂଆଦିଲ୍ଲୀ: ସାର୍ଟିଫିକେଟ ପ୍ରଦାନ ପାଇଁ ସେନସର ବୋର୍ଡ ନିୟମରେ ପରିବର୍ତ୍ତନ କରାଯିବ। ସେନସର ବୋର୍ଡର ସାର୍ଟିଫିକେଟ ପ୍ରଦାନ ଶୈଳୀ ସନ୍ତୋଷଜନକ ନୁହେଁ। ଏଥିରେ ଶୀଘ୍ର ପରିବର୍ତ୍ତନ କରାଯିବ ବୋଲି  କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି। ଅପ୍‌କମିଂ ଫିଲ୍ମ ‘ଉଡ୍‌ତା ପଞ୍ଜାବ’କୁ ନେଇ ପ୍ରଯୋଜକ ଓ ସେନସର ବୋର୍ଡ ମଧ୍ୟରେ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ଜେଟଲୀ ଏହା କହିଛନ୍ତି। ଫିଲ୍କରୁ ‘ପଞ୍ଜାବ’ ଶଦ୍ଦ ହଟାଇବା ଲାଗି ସେନସର୍‌ ବୋର୍ଡ ଏହାର ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡ ପକ୍ଷରୁ […]

arunjaitely

Rakesh Mallick
  • Published: Friday, 10 June 2016
  • , Updated: 10 June 2016, 04:51 PM IST

ନୂଆଦିଲ୍ଲୀ: ସାର୍ଟିଫିକେଟ ପ୍ରଦାନ ପାଇଁ ସେନସର ବୋର୍ଡ ନିୟମରେ ପରିବର୍ତ୍ତନ କରାଯିବ। ସେନସର ବୋର୍ଡର ସାର୍ଟିଫିକେଟ ପ୍ରଦାନ ଶୈଳୀ ସନ୍ତୋଷଜନକ ନୁହେଁ। ଏଥିରେ ଶୀଘ୍ର ପରିବର୍ତ୍ତନ କରାଯିବ ବୋଲି  କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି। ଅପ୍‌କମିଂ ଫିଲ୍ମ ‘ଉଡ୍‌ତା ପଞ୍ଜାବ’କୁ ନେଇ ପ୍ରଯୋଜକ ଓ ସେନସର ବୋର୍ଡ ମଧ୍ୟରେ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ଜେଟଲୀ ଏହା କହିଛନ୍ତି।

ଫିଲ୍କରୁ ‘ପଞ୍ଜାବ’ ଶଦ୍ଦ ହଟାଇବା ଲାଗି ସେନସର୍‌ ବୋର୍ଡ ଏହାର ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡ ପକ୍ଷରୁ କୁହାଯାଇଛି, “ଫିଲ୍ମଟିରେ ପଞ୍ଚାବର ଛବିକୁ ଠିକ୍‌ ଭାବେ ପ୍ରଦର୍ଶିତ କରାଯାଇ ନ ଥିବା ଅନୁଭବ ହେଉଛି। ପ୍ରଯୋଜକ ଏହାକୁ କାଳ୍ପନିକ ପୃଷ୍ଠଭୂମିରେ ଉପସ୍ଥାପନ କରନ୍ତୁ।”

ଫିଲ୍ମର କେତୋଟି ଦୃଶ୍ୟକୁ ନେଇ ପୂର୍ବରୁ ସେନସର୍‌ ବୋର୍ଡ ଆପତ୍ତି ଉଠାଇବା ସହ ସାର୍ଟିଫିକେଟ୍‌ ଦେବାକୁ  ମନା  କରି ଦେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ସେତେବେଳେ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ଚୌବେ ଏହାକୁ ଖଣ୍ଡନ କରିଥିଲେ।

ପଞ୍ଜାବରେ ଆସନ୍ତାବର୍ଷ  ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ଫିଲ୍ମ ରିଲିଜ୍ ଯୋଗୁଁ କ୍ଷମତାସୀନ ଅକାଳୀ ଦଳ ଅଡୁଆରେ ପଡିପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଫିଲ୍ମକୁ ପଞ୍ଜାବରେ ବ୍ୟାନ୍‌ କରାଯିବ ବୋଲି ଗୁଜବ ଉଠିଥିଲା। ଏହାକୁ ପଞ୍ଜାବ ସରକାର ଖଣ୍ଡନ କରିଥିଲେ।

ପଞ୍ଜାବର ଯୁବ ଗୋଷ୍ଠୀ କିଭଳି ଡ୍ରଗ୍ସ କବଳରେ ପଡୁଛନ୍ତି ତାହା ଫିଲ୍ମରେ ନିର୍ଦ୍ଦେଶକ ଦେଖାଇବାକୁ ଚେଷ୍ଟା କରିଛନ୍ତି। ବାଲାଜୀ ମୋସନ ପିକ୍ଟର୍ସ ଓ ଫ୍ୟାଣ୍ଟମ୍‌ ଫିଲ୍ମସ ବ୍ୟାନରରେ  ନିର୍ମିତ ଏହି ଫିଲ୍ମରେ ଶାହିଦ୍ କାପୁର, ଆଲିଆ ଭଟ୍ଟ, କରୀନା କପୁର ମୁଖ୍ୟ ଭୂମିକାରେ  ଅଭିନୟ କରିଛନ୍ତି।

Related story